-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
07-Aug-2022
ବଲାଙ୍ଗିର,(ପ୍ରେରଣା ଖବର) ସ୍ଥାନୀୟ ଯାଦବ ଭବନ ଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟଙ୍କ ଉପସ୍ଥିତିରେ ଶାଖା ସଭାପତି ରାଧାମାଧବ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶାଖାର ସାଧାରଣ ସଂପାଦକ ଚିତାନନ୍ଦ ବେହେରା ସଭାକୁ ପରିଚାଳନା କରିଥିଲେ । ଉକ୍ତ ସଭାରେ ରାଜ୍ୟ ସଂଘର ସଭାପତି ଚିନ୍ମୟ କୁମାର ଚିନା, ଉପ-ସଭାପତି ସୁଧାଂଶୁ ଶେଖର ପଣ୍ଡା, ସାଧାରଣ ସଂପାଦକ ଶ୍ରୀକାନ୍ତ ଜେନା, କୋଷାଧ୍ୟକ୍ଷ ଅନିଲ କୁମାର ସାହୁ, ଯୁଗ୍ମ ସଂପାଦିକା ଶୁଭଲକ୍ଷ୍ମୀ ସ୍ୱାଇଁ, ସଂଗଠନିକ ସଂପାଦକ ହିମାଂଶୁ ଭୂଷଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସଭାରେ ନୂତନ ନିର୍ବାଚିତ ସଭ୍ୟମାନଙ୍କୁ ଉପଢୈାକ ଓ ପୁଷ୍ପଗୁଚ୍ଛ ଦିଆଯାଇଥିବା । ଫାର୍ମସିଷ୍ଟ ସଂଘର ନ୍ୟାର୍ଯ୍ୟ ଦାବି କିଭଳି ସରକାରଙ୍କ ଆଗରେ ଉପସ୍ଥାପନ କରି ଦାବି ହାସଲ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା । ରୀତାରାଣି ସିଂ ଧନ୍ୟବାଦ ଦେଇଥିଲେ । ଏଥିରେ ରାଜ୍ୟର ଓ ଜିଲ୍ଲାର ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଆଗାମୀ ଦିନରେ ବରଗଡ ଜିଲ୍ଲାରେ ସଂଘ ବୈଠକ ହେବ ବୋଲି ସୂଚନା ଦେଇଛନ୍ତି ।