-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ସହଜ ଅଭିଯୋଗର ଶିକାର ବଡେମିଆଁ ! ବିନା ନିଆଁରେ ଧୂଆଁ ବାହାରିଲା ? ଖୋଲୁଛି ଯୋଗାଣ ବିଭାଗର ଗୁମର !

07-Aug-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର୍ ରାଜା ଅଲ୍ଲୀଙ୍କ ବିରୁଦ୍ଧରେ ବଲାଙ୍ଗୀର ଏସିଏସଓ ଥିବା ଜଣେ ମହିଳା ଅଧିକାରୀ ସୁଶ୍ରୀ ଦାଶ ତାଙ୍କୁ ଯୌନ ଉତ୍ପୀଡନ କରିଥିବା ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିବା ପ୍ରକାଶ ପାଇ ହୁଲ୍ ସ୍ଥୁଲ୍ ପରିସ୍ଥିତି ସୃଷ୍ଟି ହୋଇଛି ।  ତେବେ ଉକ୍ତ ମହିଳା ଅଧିକାରୀ ଜଣକ କାନ୍ଦିକାନ୍ଦି ଯାଇ ଅଫିସ୍ ରେ ଏଭଳି ଗୁରୁତର ଅଭିଯୋଗ କରିଥିଲେ ହେଁ, ଏହାକୁ ମୌଖିକ ଅଭିଯୋଗ ବୋଲି କହି ଜିଲ୍ଲାପାଳ ଚଞ୍ଚଳ ରାଣା ଲିଖିତ ଅଭିଯୋଗ ପାଇଲେ, ଏସବୁ ଅଭିଯୋଗର ପ୍ରକ୍ରିୟାରେ ତଦନ୍ତ କରାଯିବ ବୋଲି କହିଥିବା ପ୍ରକାଶ । ତେବେ ତାଙ୍କ ବିରୁଦ୍ଧରେ ଉକ୍ତ ଅଧସ୍ତନ ମହିଳା ଅଧିକାରୀଙ୍କର ଏହି ଅଭିଯୋଗକୁ ସିଏସଓ ଜନାବ ଅଲ୍ଲୀ  ସେ କର୍ତ୍ତବ୍ୟରେ ଖିଲାପ କରିଥିବାରୁ ତାଙ୍କ ଅଫିସିଆଲ୍ ଚେତାବନୀ ନିମନ୍ତେ ଏହା ଏକ ମିଥ୍ୟା ଆରୋପ ବୋଲି ସଫେଇ ଦେଇଥିବା ପ୍ରକାଶ ପାଇଛି । ଯଦି ଜିଲ୍ଲାପାଳ ଏହା ବିରୁଦ୍ଧରେ ଉପଯୁକ୍ତ ପଦକ୍ଷେପ ନ ନିଅନ୍ତି, ଶେଷରେ ସେ ଥାନାରେ ଏତଲା ଦେବେ ବୋଲି ଉକ୍ତ  ଅଭିଯୋଗକାରିଣୀ କହିଥିବା ମଧ୍ୟ ଘଟଣାଟି ଗଣମାଧ୍ୟମରେ ମୁଖପୃଷ୍ଠରେ ପ୍ରକାଶ ପାଇବାରୁ ଚର୍ଚ୍ଚାର ବିଷୟ ପାଲଟିଛି ।  

ତେବେ ଏହା ସହିତ ଜିଲ୍ଲା ଯୋଗାଣବିଭାଗରେ ଚାଲିଥିବା ଆହୁରି ବଡ ଚାଞ୍ଚଲ୍ୟକର ଦୁର୍ନୀତିର ଗୁମର ଏତଦ୍ଦ୍ବାରା ଲୋକଲୋଚନକୁ ଆସିଛି ।  ତାହାହେଲା , ଉକ୍ତ ମହିଳା ଏସିଏସଓ ସୁଶ୍ରୀ ପୁଷ୍ପା ଦାଶଙ୍କ ପ୍ରକାଶିତ ଅଭିଯୋଗ ଅନୁଯାୟୀ,  ସେ ଏଠାକୁ ଆସି କାର୍ଯ୍ୟରେ ଯୋଗଦେବା ପରେ ସିଏସଓ ତାଙ୍କୁ ମିଲର୍ସମାନଙ୍କଠାରୁ ୩୦ ଲକ୍ଷ ଟଙ୍କା ଆଦାୟ କରି ଦେବାକୁ କହିଥିଲେ । ତେବେ ସେ ଏତେଟଙ୍କା କେଉଁଠୁ ଆଣିବେ ? ଦେଇପାରିବି ନାହିଁ ' କହିବା ପରେ ଶେଷରେ ୧୦ ଲକ୍ଷ ଟଙ୍କାରେ ମୂଲଚାଲ ହୋଇଥିବା ସେ ପ୍ରକାଶ କରିଥିବା ପ୍ରକାଶ ପାଇଛି । ଏହା ସହିତ ତାଙ୍କୁ ଅସମୟରେ ଏପରିକି ରାତିଅଧରେ ଅଫିସ୍ କୁ ଡାକିବା, ଅନେକବେଳ ଧରି ଅଫିସ୍ ରେ ଅଟକାଇ ରଖିବା, ଦି'ଅର୍ଥବୋଧକ ଭାଷାରେ ଅଶାଳୀନ ଇସାରା ଦେବା , ବିଭିନ୍ନ ଆଳରେ ହଇରାଣ ହରକତ କରିବା  ଅଭିଯୋଗ କରିବା ସହ ଆବଶ୍ୟକସ୍ଥଳେ ତଦନ୍ତବେଳେ ସେ ଏହାର ପ୍ରମାଣ ରଖିଛନ୍ତି, ଦେବେ ବୋଲି କହିଥିବା ପ୍ରକାଶ । 

ସେହିପରି ଦାମ୍ ବୃଦ୍ଧିହେବାରୁ ହୋଲସେଲର୍ କିରୋସିନି ନ ଉଠାଇବାରୁ ଏହା ବଣ୍ଟନ କରାଯାଇ ନଥିବା ନିମନ୍ତେ ତାଙ୍କୁ ଦାୟୀ କରାଯିବା ଇତ୍ୟାଦି ମଧ୍ୟ ସେ ପ୍ରକାଶ କରିଥିବା ପ୍ରକାଶ 

ତେବେ କିଛିଦିନତଳେ ବିଭାଗୀୟ ସଚିବଙ୍କ ସମୀକ୍ଷା ପରେ ସେ ଏସିଏସଓମାନଙ୍କୁ ତାଗିଦ୍ କରି ବିଭିନ୍ନ ରିପୋର୍ଟ ମାଗିଥିଲେ ଓ ଏହା ଦେଇନପାରି ଉକ୍ତ ଅଧସ୍ତନ ମହିଳା ଅଧିକାରୀ ଏଭଳି ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ଆଣିଥିବା ସିଏସଓ ସଫେଇ ଦେଇଥିବା ପ୍ରକାଶ ।

ସେ ଯାହାହେଉନା କାହିଁକି , ଜଣେ ପଦସ୍ଥ ମହିଳା ଅଧିକାରୀ ନିଜ ଇଜ୍ଜତ ମହତକୁ ବାଜି ଲଗାଇ ଖୋଲାଖୋଲି ଏଭଳି ଅଭିଯୋଗ ଆଣିବା ଏତେ ସାଧାରଣ କଥା ନୁହେଁ  ! ଏହା ମଧ୍ୟ ବଲାଙ୍ଗୀରରେ ପ୍ରଥମ ଘଟଣା ନୁହେଁ । କିଛିଦିନତଳେ ତତ୍କାଳୀନ ବଲାଙ୍ଗୀର ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ରଙ୍କ ବିରୁଦ୍ଧରେ ତାଙ୍କ ଅଫିସ୍ ର ଜଣେ ବିଧବାମହିଳା କର୍ମଚାରୀଙ୍କର ଅସଦାଚରଣ ଅଭିଯୋଗ ହୋଇଥିଲା । ଏହା ଚର୍ଚ୍ଚାର ବିଷୟ ହେଲାପରେ ଅଭିଯୋଗକୁ ଭିତ୍ତିକରି ପୂର୍ବତନ ଜିଲ୍ଲାପାଳ ଉକ୍ତ ଉପଜିଲ୍ଲାପାଳଙ୍କୁ ନିଲମ୍ବନ କରିଥିଲେ । ତେବେ ଏହାର ତଦନ୍ତରେ ଲୋକାଲ୍ କମିଟି ଉକ୍ତ ଅଭିଯୁକ୍ତଅଧିକାରୀଙ୍କୁ   କ୍ଲିନ୍ ଚିଟ୍ ଦେଇଥିଲା । ଏହାପରେ ଉକ୍ତ ଅଧିକାରୀଙ୍କୁ ଏଠୁ ବଦଳି କରିଦିଆଯାଇଥିଲା । ସେ ସମୟରେ ଏହି ଅଧିକାରୀଙ୍କ ଏଠାରେ ବିବଦୀୟ କାର୍ଯ୍ୟକଳାପ ନିଜ ସପକ୍ଷରେ ସଂଗ୍ରହ କରିଥିବା ଏକ ପଞ୍ଚାୟତର ସାକ୍ଷ୍ୟପ୍ରମାଣ, କେତେକ ସ୍ଥାନୀୟ ଭଦ୍ରଲୋକଙ୍କ ଉପରେ ପଡି ବିବୃତିପ୍ରଦାନ, ତଦନ୍ତ କମିଟିର କାର୍ଯ୍ୟକଳାପ ଓ ପାରଙ୍ଗମତା ଇତ୍ୟାଦି ବିଷୟରେ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ପ୍ରକାଶ ପାଇଥିଲା । 

ତେଣୁ ଏହି ସମ୍ବେଦନଶୀଳ ଅସଦାଚରଣ ଅଭିଯୋଗଟିକୁ ବର୍ତ୍ତମାନର ଜିଲ୍ଲାପାଳଙ୍କ ଦ୍ବାରା ମୌଖିକ ଅଭିଯୋଗ - ଲିଖିତ ଅଭିଯୋଗ ଦର୍ଶାଯାଇ କିଭଳି ହ୍ୟାଣ୍ଡେଲ୍ କରାଯାଉଛି , ଦେଖିବାକୁ ବାକି ରହିଲା । ସେହିପରି ପୂର୍ବୋକ୍ତ ଘଟଣା ପରି ଦେବି ଦେବି କହି ଶେଷରେ ଥାନା ଏତଲା ନ ଦେଇ ଅବଶେଷରେ ଉକ୍ତ ଅଭିଯୋଗକାରିଣୀ ଜଣକ ମଧ୍ୟ ଚୁପ୍ ପଡିଯିବାରୁ ସେହି ଚର୍ଚ୍ଚିତଘଟଣାର ଇତି ହୋଇଯାଇଥିଲା । ତେଣୁ ଏଇ ଅଭିଯୋଗରେ ଥାନାରେ ଏତଲା ଦିଆଯିବା ସମ୍ଭାବନାକୁ ନେଇ ଅନିଶ୍ଚିତତା ରହିବା ସ୍ବାଭାବିକ୍ । ଏଠାରେ ପ୍ରଶ୍ନ ଉଠିବା ମଧ୍ୟ ସ୍ବାଭାବିକ ଯେ, ଉକ୍ତ ସରକାରୀ ମହିଳାକର୍ମଚାରୀମାନେ ସେମାନେ ମହିଳା ହୋଇଥିବାରୁ ଜଣେ ଜଣେ ପଦସ୍ଥ ଅଧିକାରୀଙ୍କୁ ସହଜ ଶିକାର କରି ଯଦି ବ୍ଲାକ୍ ମେଲିଂ କରୁଥାଆନ୍ତି, ସେମାନଙ୍କ ବିରୋଧରେ କୌଣସି କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି କି ନାହିଁ  ? 

ସର୍ବୋପରି ଯୋଗାଣ ବିଭାଗରେ ପଦସ୍ଥ ଅଧିକାରୀମାନଙ୍କ ଦ୍ବାରା ମିଲର୍ସମାନଙ୍କଠାରୁ ଏତେ ପରିମାଣର ଟଙ୍କା ଆଦାୟ ଓ ଜିଲ୍ଲାର କିରୋସିନିକୋଟା ଲାପ୍ ସ ଆଦି ସହ ଚାଉଳର ରିସାଇକ୍ଲିଂ ଓ ଚୋରାଚାଲାଣର ଦୁର୍ନୀତିର ଅଭିଯୋଗକୁ ବିଭାଗ ,ପ୍ରଶାସନ ଓ ସରକାର କିଭଳି ଗ୍ରହଣ କରିବେ ? ନା ଏହା ଦବିଯିବ  ?


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like