-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
02-Aug-2022
ସୁବର୍ଣ୍ଣପୁର - ରାଜ୍ୟ ପରିବହନ ବିଭାଗ କମିଶନର ଓ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନୀଲ ନର୍ଭଣେ ଙ୍କ ନିର୍ଦ୍ଧେଶ କ୍ରମେ ଓ ସୁବର୍ଣ୍ଣପୁର ଏସପି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଜ଼ିଲ୍ଲା ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୋନପୁର କୁଞ୍ଜ ହୋଟେଲ ସମେତ ବିଭିନ୍ନ ଛକ ମାନଙ୍କ ରେ ସ୍ପେସିଆଲ ଡ୍ରାଇଭ କାର୍ଯ୍ୟକ୍ରମରେ ଶହ ଶହ ଗାଡି ମୋଟର ଯାଞ୍ଚ କରାଯାଇଥିଲା l ଏ ଅଭିଯାନ ରେ ଗାଡି ଚାଳକଙ୍କ ଡ଼ିଏଲ, ସିଟ ବେଲ୍ଟ, ହେଲମେଟ ଚେକିଂ କରାଯାଇ ୨୧ ଟି ଗାଡି ଜବତ, ୧୫ ଗୋଟି ଡ଼ିଏଲ କୁ ବାତିଲ କରାଯାଇ ଗାଡି ଚାଳକ ନାଁ ରେ ଅନେକ ମାମଲା ରୁଜୁ ହୋଇଛି l ବିଭିନ୍ନ ଗାଡି ସବୁ ଚେକିଂ କରି ୧୪୮ ଗୋଟି ଚଲାଣ କଟାଯାଇ ୪ ଲକ୍ଷ ୬୩ହଜାର ଟଙ୍କା ଫାଇନ କରାଯାଇଛି l ଗତ ବର୍ଷ ମାନଙ୍କ ର ତୁଳନା ରେ ମହାନଦୀ ବ୍ରିଜ ର ବଡ଼ ଦୁର୍ଘଟଣା ପରେ ଏ ବର୍ଷ ଦୁର୍ଘଟଣା ହାର ଓ ମୃତ୍ୟୁ ହାର ବୃଦ୍ଧି ପାଇଥିବାରୁ ଜ଼ିଲ୍ଲା ର ବୃହତ୍ତର ସ୍ୱାର୍ଥ ଦୃଷ୍ଟି ରୁ ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା ଲାଗି ଏବେ ଠାରୁ ଏ ଅଭିଯାନ କୁ ଆହୁରି କଡାକଡି କରାଯିବ l ଲୋକେ ଯେମିତି ଅଯଥାରେ ଦଶ ହଜାର, ପନ୍ଦର ହଜାର ଟଙ୍କା ଫାଇନ ନ ଦେବେ, ଟ୍ରାଫିକ ନିୟମ କୁ ଶୃଙ୍ଖଳା ର ସହିତ ମାନିବେ ଓ ଜ଼ିଲ୍ଲାରେ ଦୁର୍ଘଟଣା ମୃତ୍ୟୁହାରକୁ ରୋକା ଯାଇ
ପାରିବ ଏଥିପାଇଁ ଜ଼ିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ସହର ଓ ଜ଼ିଲ୍ଲାବାସୀଙ୍କୁ ନିବେଦନ କରି ଛନ୍ତି l ଏ ନେଇ ସହର ତଥା ଜ଼ିଲ୍ଲା ର ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ, ବିଭିନ୍ନ ଅନୁଷ୍ଠାନ ଓ ପୋଲିସ ପକ୍ଷରୁ ଆହୁରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ଏବଂ ବିଗତ ବର୍ଷ ମାନଙ୍କରେ ସମସ୍ତଙ୍କ ସହଯୋଗ ରେ ଦୁର୍ଘଟଣା ମୃତ୍ୟୁ ହାର ସବୁଠୁଁ କମ ରେକର୍ଡ ଯୋଗୁଁ ଯେମିତି ରାଜ୍ୟ ରେ ଏକ ନମ୍ବର ଜ଼ିଲ୍ଲା ଭାବେ ସୁବର୍ଣ୍ଣପୁର ଜ଼ିଲ୍ଲା ପରିବହନ ବିଭାଗ ସମ୍ବର୍ଦ୍ଧିତ ହୋଇ ଜ଼ିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଥିଲା l ଠିକ ସେଭଳି ଆପଣ ମାନଙ୍କ ସାହାଯ୍ୟ ସହଯୋଗ ଜାରି ରଖିବାକୁ ଆରଟିଓ ଶ୍ରୀ ପଟ୍ଟନାୟକ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି l ଏଇ ଅଭିଯାନ ରେ ଆରଟିଓ ଶ୍ରୀ ପଟ୍ଟନାୟକଙ୍କ ସମେତ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶିବାଶିଷ ସାହୁ, ଜୁନିଅର ଏମଭିଆଇ ଲୋକନାଥ ନାଏକ, ପୋଲିସ ଏସ ଆଇ ଦିଲ୍ଲୀପ ସାହୁ, ରଂଜିତ ମହାପାତ୍ର, ସୁଶୀଲ ବିଶି ପ୍ରମୁଖ ଉଭୟ ବିଭାଗ ର ବିଭିନ୍ନ ଅଧିକାରୀ କର୍ମଚାରୀ ସାମିଲ ଥିଲେ l