-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
26-Jul-2022
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ଚାରମାଳ ଥାନା ଅନ୍ତର୍ଗତ ବଡ଼ ହିନ୍ଦୋଳ ଗ୍ରାମରେ ସୋମବାର ଅପରାହ୍ନରେ ବେକରେ ଓଢ଼ଣୀ ଲଗାଇ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି ଯୁବତୀ ଜଣକ ହେଲେ ବଡ ହିନ୍ଦୋଳ ଗ୍ରାମର ସୃଜନ ପ୍ରଧାନଙ୍କ ଝିଅ ମଧୁସ୍ମିତା ପ୍ରଧାନ (୧୫) ସେ ସୋମବାର ତାଙ୍କ ଭଉଣୀ ସହିତ ରେଢ଼ାଖୋଲ ଶିବ ମନ୍ଦିରକୁ ଦର୍ଶନ କରିବା ପାଇଁ ଆସିଥିଲେ। ଘରେ କେହି ନଥିବା ସମୟରେ ବେକରେ ଓଢ଼ଣୀ ଲଗାଇ ପଙ୍ଖାରେ ଝୁଲି ପଡ଼ିଥିଲେ , ପରିବାର ଲୋକେ ଦେଖି ଉଦ୍ଧାର କରି ରେଢ଼ାଖୋଲ ଉପଖଣ୍ଡ ଡ଼ାକ୍ତରଖାନାକୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନାରେ ଚାରମାଳ ପୋଲିସ ପହଞ୍ଚି ଶବକୁ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।