-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
26-Jul-2022
ବଲାଙ୍ଗିର/ ପାଟଣାଗଡ (ପୁର୍ଣ୍ଣ ଶଶୀ ଶେଖର ରାଓ) ବିଜୁ ଜନତା ଦଳ ୨୫ ତମ ପୂର୍ତ୍ତି ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇ ଚାଲିଥିବା ବେଳେ ଆଜି ଦ୍ୱିତୀୟ ଦିବସ ପାଳନ କରାଯାଇଛି। ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ନିର୍ଦ୍ଦେଶନାରେ ବିଧାୟକ ଙ୍କ ପ୍ରତିନିଧି ଗଣେଶ କୁମ୍ଭାର ଙ୍କ ନେତୃତ୍ବରେ ଆଜି ବେଲପଡା ବ୍ଳକ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବେଲପଡା ବ୍ଳକ ଅଧ୍ୟକ୍ଷା ଟିନା କୁମ୍ଭାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ମୂଖ୍ୟ ଅତିଥି ଅଧ୍ୟକ୍ଷା ସୁଶ୍ରୀ କୁମ୍ଭାର ପ୍ରଥମେ ପଞ୍ଚାୟତ ସମିତି ମହାବିଦ୍ୟାଳୟ ବେଲପଡା,ଘାଗୁର୍ଲି ହାଇସ୍କୁଲ, ଦର୍ଲିପାଲି ହାଇସ୍କୁଲ ଯାଇ ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷା ପାଇଁ ସମସ୍ତ ଙ୍କୁ
ଅନୁରୋଧ କରିଥିଲେ ଏବଂ ସବୁଜ ବିପ୍ଳବ ର ବାର୍ତ୍ତା ଯୋଗାଇଥିଲେ । ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ଦୁର୍ଯୋଧନ କୁମ୍ଭାର ଯୋଗଦାନ କରିଥିଲେ। ତାଙ୍କ ସହିତ ୨୪ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଜୟ ଧରୁଆ,ବାଗଦୋର ସରପଞ୍ଚ ପ୍ରଦୀପ କୁମାର ବେହେରା,ଘାଗୁର୍ଲି ସରପଞ୍ଚ , ଦର୍ଲିପାଲି ସରପଞ୍ଚ କାନ୍ତି ବନଛୋର ପର୍ଲିମାଲ ସରପଞ୍ଚ ପୁଷ୍ପାଞ୍ଜଳି ପାଢ଼ୀ, ଗଣେଶ ମେହେର, ଗଣେଶ ମେହେର,ପିତ ଗଡତ୍ୟା ,ନିଲାମ୍ବର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।