-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
26-Jul-2022
ଟିଟିଲାଗଡ଼ (ପ୍ରେରଣା ଖବର) ଇଲେକ୍ଟ୍ରି ତାର ରୁ ନିର୍ଗତ ନିଆଁରେ ପୋଡି ଜଣେ ୧୨ ବର୍ଷର ବାଳକ ଗୁରୁତର ଆହାତ ହୋଇଛନ୍ତି l ଏପରି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ମୀନା ପାଲି ଗାଁ ରେ l ସୂଚନାରୁ ପ୍ରକାଶ ଯେ, ଆଜି ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ମୀନା ପାଳି ଗାଁ ର ଲକ୍ଷ୍ମନ ମାଝୀ ନିଜ ସାଙ୍ଗ ମାନଙ୍କ ସହ ଗାଁ ଦାଣ୍ଡରେ ବାଡ଼ି ଖେଳ ଖେଳୁଥିଲା l ଖେଳିବା ବେଳେ ହଠାତ୍ ଏକ ବାଡ଼ି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା l ତାପରେ ବିଦ୍ୟୁତ୍ ତାର ରୁ ନିଆଁ ଛିଟିକି ଲକ୍ଷ୍ମଣର ସରା ଦେହକୁ ପୋଡି ଦେଉଥିଲା ଲକ୍ଷ୍ମଣକୁ ଗୁରୁତର ଅବସ୍ଥାରେ ପ୍ରଥମରେ ଟିଟିଲାଗଡ଼ ଉପଖଣ୍ଡ ହସ୍ପିଟାଲରେ ଓ ଅବସ୍ଥା ଆହୁରି ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡ଼କାଲ କଲେଜ ଓ ହସ୍ପିଟାଲର ବର୍ଣ୍ଣ ୟୁନିଟ୍ ରେ ଭର୍ତି କରାଯାଇଥିଲା