-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
23-Jul-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ବ୍ଲକ ଅନ୍ତର୍ଗତ ମହାଦେବପାଲି ଶ୍ରୀରଘୁନାଥ ଯୁବକ ସଂଘ ଆନୁକୂଲ୍ୟରେ ପାଳିତ ହୋଇ ଆସୁଥିବା ମାଁ ଜଗତ ଜନନୀ ମୃଣ୍ମୟୀ ଦେବୀଙ୍କ ଶାରଦୀୟ ପୂଜା ମହୋତ୍ସବର ଏଥର ୫୦ବର୍ଷ ପୂର୍ତ୍ତି ଅର୍ଥାତ୍ ସୁବର୍ଣ୍ଣ ଜୟନ୍ତୀ ପାଳନ ହେବାକୁ ଯାଉଥିବାରୁ ପୂଜା ମହୋତ୍ସବକୁ ଜାକଜମକରେ ପାଳନ କରିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।ସୂଚନା ଯୋଗ୍ୟ ଯେ ପୁର୍ବ ପ୍ରସ୍ତୁତି ଅନୁଯାୟୀ ପୂଜା କମିଟି କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ ଗତକାଲି ସନ୍ଧ୍ୟାରେ ମାଁ ଦୁର୍ଗାଙ୍କ ମଣ୍ଡପ ଠାରେ ଉପସ୍ଥିତ ରହି ବିଧି ପରମ୍ପରା ମତେ ମାଁ ଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ ।ପରେ ଘଣ୍ଟ ଶଙ୍ଖ ଧ୍ବନିରେ ଓ କିର୍ତ୍ତନ୍ଯର ତାଳେ ତାଳେ ଛତର ବଏରଗ ସହ ଦେବୀଙ୍କ ଏକ ପଟୁଆର ମହାଦେବପାଲି, ପଧାନପାଲି ଦୁଇଟି ଗ୍ରାମ ପରିକ୍ରମା କରି ଭକ୍ତ ମାନଙ୍କ ଠାରୁ ଭବ୍ଯରୌପ୍ଯ ମୁକୁଟ ନିର୍ମାଣ ପାଇଁ ନୂଆ୵ପୁରୁଣା ରୁପା ତଥା ଅର୍ଥ ଭିକ୍ଷା କରାଯାଇଥିଲା ଏହି ଅବସରରେ ଭକ୍ତମାନେ ଉତ୍ସାହର ସହିତ ରୁପା ତଥା ଅର୍ଥ ଦାନ କରି ମାଁଙ୍କ ଆଶ୍ରିତ ହୋଇଥିଲେ । କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଶ୍ରୀନିବାସ ପୂଜାହାରୀ କର୍ତ୍ତା ଦାୟିତ୍ଵ ତୁଲାଇଥିବା ବେଳେ ବଳରାମ ନାୟକ,ଲୋଚନ ପାଢୀ,ମୃଦଙ୍ଗ ବାଦକ ଗଣେଶ,ଅଶ୍ବିନି କୁମାର ନାୟକ,ପବିତ୍ର ମୋହନ ନାୟକଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।