-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
21-Jul-2022
ବଲାଙ୍ଗିର, କଣ୍ଟାବାଞ୍ଜି ଅଞ୍ଚଳରେ ସାର କଳାବଜାରୀ ରୋକିବାକୁ ସ୍ଥାନୀୟ ପ୍ରଶାସନ ଆକ୍ସନ ମୋଡକୁ ଆସିଛି। ଗତକାଲି ବୁଧବାର ସନ୍ଧ୍ୟାରେ କଣ୍ଟାବାଞ୍ଜି ତହସିଲଦାର ସହରରେ ଥିବା ସାର ଦୋକାନ ଉପରେ ଅଚାନକ ଚଢ଼ଉ କରିଛନ୍ତି।ଚଢ଼ଉ ସମୟରେ ତହସିଲଦାର ସାର ଦୋକାନରେ କେତେ ପରିମାଣର ସାର ଏବଂ କେଉଁ ସବୁ ସାର ମହଜୁଦ ଅଛି
ତାହା ଯାଞ୍ଚ କରିଥିଲେ।ଚଢ଼ଉ ହେଉଥିବା ଖବର ପାଇ କିଛି ସାର ଦୋକାନୀ ଦୋକାନ ବନ୍ଦ କରିଥିବା ମଧ୍ୟ ଦେଖିବାକୁ ମିଳିଛି। ଯଦି କୌଣସି ସାର ଦୋକାନୀ ସାର କଳାବଜାରୀ କରେ ତେବେ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର କହିଛନ୍ତି। ଚଢ଼ଉ ସମୟରେ ତହସିଲଦାରଙ୍କ ସହି ଅତିରିକ୍ତ କୃଷି ଅଧିକାରୀ ମଧ୍ୟ ସାମିଲ ଥିଲେ।
(ବଲାଙ୍ଗିର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)