-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
18-Jul-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଋଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ସୋମବାର ଜମି ପଟ୍ଟା ପ୍ରଦାନ କରାଯାଇଛି।ବ୍ଲକ କାର୍ଯ୍ୟଲୟ ଠାରେ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଶା ରେଡି ବିଦ୍ୟାଳୟ ର ଅଧ୍ୟକ୍ଷ ପି.ଏ.କେ ତ୍ରିପାଠୀ ଙ୍କୁ ୬୪ ଡିସମିଲ ଜମି ପଟ୍ଟା ପ୍ରଦାନ କରିଥିଲେ। ଏଇ ସମୟରେ ତହସିଲଦାର ବାସନ୍ତୀ ସେଠୀ, ବିଡ଼ିଓ ପ୍ରିୟ ଦର୍ଶୀନି ମିର୍ଧା, ବ୍ଲକ ଅଧକ୍ଷ୍ୟା କୁନି ସାହୁ,ଅଧ୍ୟାପକ ଗିରିରାଜ ଗହୀର,କ୍ରୀଡା ଶିକ୍ଷକ ଲଳିତ ଦାଶ୍, ଚିନ୍ମୟ ରଣା, ସୌମ୍ୟ ରଂଜନ ତ୍ରିପାଠୀ ଉପସ୍ଥିତ ଥିଲେ।ତେବେ ଦୀର୍ଘ ୩୬ ବର୍ଷ ପରେ ଏଇ ଜୁନିୟର କଲେଜ ନିଜ ବିଦ୍ୟାଳୟ ର ଜମି ପଟ୍ଟା ପାଇଥିବାରୁ ସାଧାରଣ ରେ ଆନନ୍ଦ ପ୍ରକାଶ ପାଇଛି।ପ୍ରକାଶ ଥାଉ କି ନିକଟଅତୀତରେ ରାଜ୍ୟ ସରକାର ଶିକ୍ଷା ଅନୁଷ୍ଠାନ ଗୁଡିକ ସରକାରୀ ଜମିରେ ଥିଲେ,ତାକୁ ଉକ୍ତ ଜମିର ମାଲିକାନାସତ୍ୱ ଦେବା ପାଇଁ ଘୋଷଣା କରିଥିଲେ।ତଦନୁସାରେ ଏଇ କଲେଜ କୁ ପଟ୍ଟା ପ୍ରଦାନ କରାଯାଇଛି