-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
18-Jul-2022
ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗିର ସହରର ପାଟଣା ହୋଟେଲ ଛକରୁ କଚେରି ଛକ ମଧ୍ୟ ଦେଇ ଯାଇଥିବା ରାସ୍ତାରେ ନୂତନ ଭାବରେ ନିର୍ମିତ ଡିଭାଇଡର ଯୋଗୁଁ ସ୍ୱଳ୍ପ ପ୍ରଶସ୍ତ ରାସ୍ତାଟି ଆହୁରି ସଂକୀର୍ଣ୍ଣ ହୋଇଯାଇଥିବା ଫଳରେ କେବଳ ଗୋଟିଏ ମାସରେ ଛ' ଟି ଭାରିଯାନ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇ ସାରିଲେଣି। ଆଗାମୀ ଦିନରେ କିଛି ମର୍ମନ୍ତୁଦ ଦୁର୍ଘଟଣା ଘଟିବା ପୂର୍ବରୁ ବିହୀତ ପଦକ୍ଷେପ ନେବା ନିମନ୍ତେ ଆଲୋଚନା କରିବା ପାଇଁ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟିଥିଲା
ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ। ଜିଲ୍ଲାପାଳ ଡିଭାଇଡର ଥାଇ ରାସ୍ତାକୁ କିପରି ଓସାରିଆ କରାଯିବ ସେଥିପ୍ରତି ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଥିଲେ ଏବଂ ଗାଡି ଡ୍ରାଇଭର ମାନଙ୍କର ବେପରୁଆ ଗାଡିଚାଳନା କୁ ମଧ୍ୟ ଦାୟୀ କରି ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି କହିଥିଲେ।
ଏହି ଆଲୋଚନାରେ ପୂର୍ବତନ ସୈନିକ ସଙ୍ଘର ପ୍ରତାପ ଚନ୍ଦ୍ର ରଥ, ମହିମୁଣ୍ଡାର ସମିତି ସଭ୍ୟା ବବିତା ପୁଟେଲ, ସ୍ୱାଭିମାନ ପରିବାରର ମିଲୁ ସାହୁ, କଂଗ୍ରେସ ନେତା ବିଧୁଭୂଷଣ ତ୍ରିପାଠୀଙ୍କ ସଂଗେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ସନ୍ଦୀପ ବାଗ, ସହଦେବ ନାଗ, ରାଜେନ୍ଦ୍ର ସେଠ, ଦେବରାଜ ନାଗ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।