-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
18-Jul-2022
ବଲାଙ୍ଗୀର(ପ୍ରେରଣା ଖବର), ବଲାଙ୍ଗୀର ସହରରେ ଲୋକ ସଂଖ୍ୟା ଓ ଯାନବାହନ ବୃଦ୍ଧି ତଥା ଟ୍ରାଫିକ ପରିଚାଳନାରେ ଅବ୍ୟବସ୍ଥା ଯୋଗୁଁ ବାରମ୍ବାର ସଡକ ଦୁର୍ଘଟଣା ଘଟୁଛି । ଇତି ମଧ୍ୟରେ ପୁରୁଣା ବସ୍ଷ୍ଟାଣ୍ଡ ସମ୍ମୁଖରେ ରାସ୍ତା ପ୍ରଶସ୍ତ ନ ଥିବା ବେଳେ ନୂତନ ଡିଭାଇଡର ତିଆରି ହୋଇଥିବାରୁ ଲଗାତାର ଭାବେ ଏକାଧିକ ଦୁର୍ଘଟଣା ଘଟି ସାରିଲାଣି । ଡିଭାଇଡର ଟି ପୁଣି କଂକ୍ରିଟ ସିମେଣ୍ଟ ଓ ଧାରକୃତ ହୋଇଥିବାରୁ ଦୁର୍ଘଟଣା ଘଟିଲେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥାଏ । ଚାଳକ ମାନଙ୍କ ପାଇଁ ସତର୍କତା ଅବଲମ୍ବନ ନିମନ୍ତେ କୌଣସି ଲାଇଟ୍ କିମ୍ବା ସାଇନ୍ବୋର୍ଡ ନ ଥିବାରୁ ଡିଭାଇଡର ରେ ଗାଡି ଗୁଡିକ ଧକ୍କା ଲାଗିଯାଉଛି । ପୁଣି ବଲାଙ୍ଗିର ସହରର ବହୁ ପ୍ରତୀକ୍ଷିତ ବାଇପାସ୍ ଓ ରିଙ୍ଗ ରୋଡ ତିଆରି କାର୍ଯ୍ୟ ବିଳମ୍ବ ହେଉଥିବାରୁ ନାଗରିକ କମିଟି ଦୁଃଖ ପ୍ରକାଶ କରିଛି l ଏହାର ପ୍ରତିକାର ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ବଲାଙ୍ଗୀର ନାଗରିକ କମିଟି ତରଫରୁ ସଭାପତି ଇଂ. ବେଲାର ସିଂଭୋଇ ଓ ସାଧାରଣ ସଂପାଦକ ମନୋରଂଜନ ସାହୁ ବଲାଙ୍ଗୀର ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କୁ ଲିଖିତ ଓ ଇ ମେଲରେ ଜଣାଇଛନ୍ତି ।