-+91-9937148622 |

prerana_bgr@rediffmail.com |

  Thursday 27th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା କଲେଜରେ ଆତ୍ମସୁରକ୍ଷା ତାଲିମ ଅନୁଷ୍ଠିତ   (26-Aug-2026)       ||      ଲାଭଜନକ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ କାହା ସ୍ୱାର୍ଥରେ ଟେକି ଦିଆଯାଉଛି   (26-Aug-2026)       ||      କେନାଲ ପାଣି ଚାଷୀଙ୍କ ପାଇଁ ସ୍ୱପ୍ନ,ହେଲେ ରାଜସ୍ୱ ବିଭାଗ ଜଳକର ନେଉଛି(ଅଭିଯୋଗ ପରେ ତଦନ୍ତ ଆରମ୍ଭ)   (26-Aug-2026)       ||      ବଲାଙ୍ଗୀର : ଏସ୍ ପି ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲା ସିଭିଲ ସୋସାଇଟି   (26-Aug-2026)       ||      *ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏଟିଏମ ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ*   (26-Aug-2026)       ||      ରୋତ୍‌ ଗ୍ରାମରେ ଏକ ନାବାଳକ ର ହତ୍ୟା, ଦିନ ସମୟରେ ହତ୍ୟାକାଣ୍ଡ, ତଦନ୍ତ ଚଳାଇଛି ପୋଲିସ    (26-Aug-2026)       ||      *ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନରେ ସମ୍ମାନିତ ହେଲେ ଅଧ୍ୟାପକ ଦେବାଶିଷ ପଧାନ*   (26-Aug-2026)       ||      ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ ବକ୍ତୄତା ଓ ଗୀତ ପ୍ରତିଯୋଗିତା-   (26-Aug-2026)       ||      *ସୁବର୍ଣ୍ଣପୁର ଠାରେ ‘ପଞ୍ଚମକାର’ ସ୍ମରଣିକା ର ଲୋକାର୍ପଣ*-: *ଏ ସ୍ୱପ୍ନ ଥିଲା ମୋର କିନ୍ତୁ ସବୁ ଶ୍ରେୟ ଓ ସମର୍ଥନ ଆପଣ ମାନଙ୍କ ର*- "ଜିଲ୍ଲାପାଳ" -   (26-Aug-2026)       ||      ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ♦️ ଆସନ୍ତା ସେପ୍ଟେମ୍ବର ୨ତାରିଖରେ ପ୍ରଥମ ପର୍ଯ୍ୟାୟ ଯାତ୍ରା    (26-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିର ଚୋରୀ କୁ ନେଇ ଅସନ୍ତୋଷର ତିବ୍ର ରୂପ , ଆଦିବାସୀ କଲ୍ୟାଣ ସଂଘ ଡାକରାରେ ବିଭିନ୍ନ ସଂଗଠନ ତରଫରୁ ସିନ୍ଧେକେଲା ଥାନା ଘେରାଉ।    (26-Aug-2026)       ||      ଶ୍ରାବଣର ଶେଷ ସୋମବାରରେ ରାଣୀପୁର ଝରିଆଲ ଲୋକାରଣ୍ୟ ,୧୨ ଘଣ୍ଟା ପରେ ଧାଡ଼ି ଦର୍ଶନ ସରିଲା।   (26-Aug-2026)       ||      ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ଚିକିତ୍ସା କେନ୍ଦ୍ର........ସିଭିଲ ସୋସାଇଟି ଦ୍ୱାରା ସ୍ୱାଗତ   (25-Aug-2026)       ||      ନୂତନ କ୍ୟାଡରରେ ବଲାଙ୍ଗିରର ପ୍ରଥମ ଏଲ-ୱାନ ପଦୋନ୍ନତି କୁ ସ୍ୱାଗତ କଲା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ    (25-Aug-2026)       ||      *ସୋନପୁର ଠାରେ ଜିଲ୍ଲା ସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା ସମିତି ବୈଠକ*-   (25-Aug-2026)       ||      ସିଦ୍ଧାର୍ଥ କଲେଜ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର   (25-Aug-2026)       ||      ପଣ୍ଡାମୁଣ୍ଡା ଗାଁ ରେ ନକଲି ସାର ବେପାରୀ ଙ୍କ ପ୍ରାଦୁର୍ଭାବ♦️ ବ୍ଲକ କୃଷି ଅଧିକାରୀ ନିଦାବିଷ୍ଣୁ    (25-Aug-2026)       ||      ବରପାଲି ଫାର୍ମାସ୍ୟୁଟିକାଲ କଲେଜରେ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଉଦଘାଟିତ   (25-Aug-2026)       ||      ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ବଣ୍ଟନ ପ୍ରକ୍ରିୟା ଅନିଅମିତତା   (25-Aug-2026)       ||      ଲୁହୂରାମୁଣ୍ଡା ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (24-Aug-2026)       ||     

HOME   ଜିଲ୍ଲା

ଜଳସେଚନ ଚିନ୍ତାରେ ଚାଷୀ... ସୋନଗଡନଦୀରେ ପ୍ରସ୍ତାବିତ ବ୍ୟାରେଜ ନିର୍ମାଣ କେବେ? ଉପକୃତ ହେବେ ଦେଓଗାଁ ଓ ସଦରବ୍ଲକର ୨୩ଖଣ୍ଡଗ୍ରାମବାସୀ

18-Jul-2022



ବଲାଙ୍ଗୀର,(ପ୍ରେରଣା ଖବର)ବଲାଙ୍ଗୀର ଜିଲ୍ଲାର ମରୁଡିପ୍ରପିଡିତ ଦେଓଗାଁ ବ୍ଲକ ଓ ସଦରବ୍ଲକର ୪୦୦୦ହେକ୍ଟର  ଜମିକୁ ଜଳସେଚିତ କରିବାକୁ ଥିବା ପ୍ରସ୍ତାବିତ ସୋନଗଡ ବ୍ୟାରେଜ କରାଇବାକୁ ଦାବି ହେଉଛି । ଦେଓଗାଁ ବ୍ଲକବାସୀ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ପଶ୍ଚିମଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରୀପାଠୀଙ୍କ ଜରିଆରେ ଏହି ପ୍ରକଲ୍ପ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ରଲେଖି ଏହି ଦାବି କରିଛନ୍ତି । ଏହା ସହିତ ଦେଓଗାଁର ପୂର୍ବତନ ବ୍ଲକଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେରଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଜଳସମ୍ପଦ ବିଭାଗର ମନ୍ତ୍ରୀ ଟୁକୁନୀ ସାହୁ ଓ ବିଭାଗୀୟ ସଚିବଙ୍କୁ ଭେଟି ଦାବିପତ୍ର ଦେବା ସହିତ ଆଲୋଚନା କରିସାରିଛନ୍ତିି । ଆସନ୍ତା ଜୁଲାଇ ୨୦ ତାରିଖରେ ବିଧାନସଭାରେ ଜଳସେଚନ ବିଭାଗର ବଜେଟ ଉପସ୍ଥାପନ ହେବ ଓ ସେଥିରେ ସୋନଗଡ ବ୍ୟାରେଜ ପ୍ରସ୍ତାବ ପାଇଁ ଅର୍ଥ ମଞ୍ଜୁର ହେବ ବୋଲି ଚାଷି ଆଶା ରଖିଛନ୍ତି । ସୋନଗଡରେ ବ୍ୟାରେଜ ପ୍ରସ୍ତାବ ବହୁବର୍ଷ ହେଲା ପଡିରହିଛି । ଏଥିପାଇଁ ଆବଶ୍ୟକ ସର୍ଭେରିପୋର୍ଟ ସହିତ ଡିପିଆର ପ୍ରସ୍ତୁତ ହୋଇ ଉଚ୍ଚପରାମର୍ଶଦାତା କମିଟିରେ ଅନୁମୋଦିତ ହୋଇଛି । କିନ୍ତୁ ଅର୍ଥ ମଞ୍ଜୁର ହୋଇପାରୁନାହିଁ । ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ବିଧାୟୀକା ଟୁକୁନୀ ସାହୁ ଜଳସଂପଦ ବିଭାଗର ମନ୍ତ୍ରୀ ଥିବା ବେଳେ ଅସିତ ତ୍ରୀପାଠୀ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ରହିଛନ୍ତି । ସେହି ଦୃଷ୍ଟିରୁ ଉଭୟଙ୍କ ଉଦ୍ୟମରେ ପ୍ରକଲ୍ପଟିର ଅର୍ଥ ମଞ୍ଜୁର ହେବ ବୋଲି ଚାଷି ଆଶା ବାନ୍ଧି ବସିଛନ୍ତି । 
            

  ଚାଷିମାନେ ଜଣାଇଛନ୍ତି ଯେ,ଦେଓଗାଁ ବ୍ଲକ ଓ ସଦର ବ୍ଲକ ଦେଇ ସୋନଗଡ ନଦୀ ବହିଯାଇଛି କିନ୍ତୁ ଏହାର ଜଳକୁ ସଠିକ ଉପଯୋଗ କରାଯାଇ ପାରୁନାହିଁଁ । ଜିଲ୍ଲାର ନଦୀଗୁଡିକରେ ବର୍ଷାଦିନେ ପାଣିବହିଯାଉଛି ତାହାର ଉପ ଯୋଗ ହୋଇପାରୁନାହିଁ । ନଦୀରେ ଜଳସ୍ରୋତ ମଧ୍ୟ କମିଯାଉଛି । ତେଣୁ ଭୂତଳ ଜଳ କମୁଥିବା ଯୋଗୁଁ ଗଭୀର ନଳକୂପ ଯୋଜନା,ଉଠା ଜଳସେଚନ ଯୋଜନା ମଧ୍ୟ ଫେଲ ମାରୁଛି । ଏଏପଟେ ଏହି ସବୁ ଅଞ୍ଚଳରେ ପ୍ରାୟ ମରୁଡି ହୋଇ ଚାଷିଙ୍କ ଅର୍ôଥକସ୍ଥିତି ଖରାପ ହେଉଛି । ଗାଁମାନଙ୍କରେ ପାନୀୟଜଳ ସମସ୍ୟା ମଧ୍ୟ ଦେଖାଦେଉଛି । ତେଣୁ ସୋନଗଡ ନଦୀରେ ଅନ୍ତର୍ଲା ଓ ଭୁତିଆରବାହାଲ ମଝିରେ ଏକ ବ୍ୟାରେଜ ନିର୍ମାଣ କରି ଚାଷିଙ୍କ ଜମିକୁ ଜଳସେଚିତ କରିବାକୁ ସର୍ଭେ ହୋଇସାରିଛି । କ୍ଷୁଦ୍ରଜଳସେଚନ ବିଭାଗ ଏହାର ଏକ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରି ସରକାରଙ୍କୁ ଦେଇସାରିଛନ୍ତି । ବୈଷୟିକ କମିଟି କ୍ଷେତ୍ର ପରିଦର୍ଶନ କରି ଗତ ୨୭.୮.୨୦୧୯ରେ ଅନୁଷ୍ଠିତ ୯୯ତମ ବୈଷୟିକ ପରାମର୍ଶଦାତା କମିଟି ବୈଠକ(ଟିଏସିି)ରେ ଅନୁମୋଦନ କରିଛି । ବଲାଙ୍ଗୀର କ୍ଷୁଦ୍ରଜଳସେଚନ ଡିଭିଜନ ପକ୍ଷରୁ ତାଙ୍କ ପତ୍ରସଂଖ୍ୟା-୭୩୫ ତା.୨୮.୨.୨୦୨୦ରେ କେବିକେ ସର୍କଲ ଭବାନୀପାଟଣାର ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଡିପିଆର ପ୍ରଦାନ କରାଯାଇଛି । ସେହିପରି ଅଧିକ୍ଷଣ ଯନ୍ତ୍ରୀ ତାଙ୍କ ପତ୍ରସଂଖ୍ୟା ୪୩୫ତା.୪.୩.୨୦୨୦ରେ କ୍ଷୁଦ୍ରଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ପଠାଇଛନ୍ତି । ସେଠାରୁ ମଧ୍ୟ ଇନଜିନିୟରିଂ ଇନଚିଫଙ୍କ ପାଖକୁ ଯାଇଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି । ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି ଯେ,ସୋନଗଡର ଏହି ପ୍ରକଲ୍ପ ହେଲେ ସଦର ବ୍ଲକର ଭୁତିଆରବାହାଲ,ନାରାୟଣପୁର,ନୁନିଆଁଢିପା,କଠୁୁର୍ଲା ଓ ଦେଓଗାଁ ବ୍ଲକର ଅପାମରା,ସାରସମାଲ,ସିଲେଟକାନୀ,ବଡବନ୍ଧ,ସିକୁଆଁ,କୁତୁର୍ଲା,ପିପିଲପଦର,ଚୋରମରା,କନକପୁର, ଅର୍ଡା,ଗାଇବାହାଲ,ଜୁର୍ଲାକାନୀ,କଛାରପାଲି,ଦେଓଗାଁ,ହାତିସରା ଇତ୍ୟାଦି ଗ୍ରାମର ଚାଷଜମିକୁ ସିଧାସଳଖ ଜଳସେଚନ କରାଯାଇ ପାରିବ । ଏହା ସହିତ ପ୍ରକଲ୍ପର ଉପରମୁଣ୍ଡର ଅନ୍ତର୍ଲା,ଛତାପିପଲ,ସନ୍ଧିଜୋର,ଡଙ୍ଗରପଡା,ବନ୍ଧପଡା,ଟେପରେନ ଇତ୍ୟାଦି ଗ୍ରାମର ଚାଷିମାନେ ଉଠାଜଳସେଚନ ପଏଣ୍ଟ ମାଧ୍ୟମରେ ତାଙ୍କର ଜମିକୁ ମଧ୍ୟ ଜଳସେଚିତ କରିପାରିବେ । ଗତ ୨୧.୧୦.୨୦୨୦ରେ ଏନେଇ ଦେଓଗାଁ ସମିତି ବୈଠକରେ ସର୍ବସମ୍ମତିରେ ଏହି ପ୍ରକଲ୍ପ ପାଇଁ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ତେଣୁ ମୋଟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଏହି ଅଞ୍ଚଳର ପ୍ରାୟ ୪୦୦୦ ହେକ୍ଟର ଜମିକୁ ଜଳସେଚିତ କରିବାକୁ ଥିବା ପ୍ରକଲ୍ପକୁ ପ୍ରଧାନ୍ୟତା ଦେଇ ସୋନଗଡ ନଦୀରେ ବ୍ୟାରେଜ ନିର୍ମାଣ କରାଇବାକୁ ଦାବି ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା କଲେଜରେ ଆତ୍ମସୁରକ୍ଷା ତାଲିମ ଅନୁଷ୍ଠିତ   26-Aug-2026
  ଜିଲ୍ଲା  
ଲାଭଜନକ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ କାହା ସ୍ୱାର୍ଥରେ ଟେକି ଦିଆଯାଉଛି   26-Aug-2026
  ଜିଲ୍ଲା  
କେନାଲ ପାଣି ଚାଷୀଙ୍କ ପାଇଁ ସ୍ୱପ୍ନ,ହେଲେ ରାଜସ୍ୱ ବିଭାଗ ଜଳକର ନେଉଛି(ଅଭିଯୋଗ ପରେ ତଦନ୍ତ ଆରମ୍ଭ)   26-Aug-2026
  ରାଜ୍ୟ  
ବଲାଙ୍ଗୀର : ଏସ୍ ପି ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲା ସିଭିଲ ସୋସାଇଟି   26-Aug-2026
  ଜିଲ୍ଲା  
*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏଟିଏମ ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ*   26-Aug-2026
  ଜିଲ୍ଲା  
ରୋତ୍‌ ଗ୍ରାମରେ ଏକ ନାବାଳକ ର ହତ୍ୟା, ଦିନ ସମୟରେ ହତ୍ୟାକାଣ୍ଡ, ତଦନ୍ତ ଚଳାଇଛି ପୋଲିସ   26-Aug-2026
  ଜିଲ୍ଲା  
*ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନରେ ସମ୍ମାନିତ ହେଲେ ଅଧ୍ୟାପକ ଦେବାଶିଷ ପଧାନ*   26-Aug-2026
  ଜିଲ୍ଲା  
ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ ବକ୍ତୄତା ଓ ଗୀତ ପ୍ରତିଯୋଗିତା-   26-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ‘ପଞ୍ଚମକାର’ ସ୍ମରଣିକା ର ଲୋକାର୍ପଣ*-: *ଏ ସ୍ୱପ୍ନ ଥିଲା ମୋର କିନ୍ତୁ ସବୁ ଶ୍ରେୟ ଓ ସମର୍ଥନ ଆପଣ ମାନଙ୍କ ର*- "ଜିଲ୍ଲାପାଳ" -   26-Aug-2026
  ଜିଲ୍ଲା  
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ♦️ ଆସନ୍ତା ସେପ୍ଟେମ୍ବର ୨ତାରିଖରେ ପ୍ରଥମ ପର୍ଯ୍ୟାୟ ଯାତ୍ରା   26-Aug-2026
  ଜିଲ୍ଲା  
ମାଁ ଦ୍ୱାରସେହ୍ନୀ ମନ୍ଦିର ଚୋରୀ କୁ ନେଇ ଅସନ୍ତୋଷର ତିବ୍ର ରୂପ , ଆଦିବାସୀ କଲ୍ୟାଣ ସଂଘ ଡାକରାରେ ବିଭିନ୍ନ ସଂଗଠନ ତରଫରୁ ସିନ୍ଧେକେଲା ଥାନା ଘେରାଉ।    26-Aug-2026
  ଜିଲ୍ଲା  
ଶ୍ରାବଣର ଶେଷ ସୋମବାରରେ ରାଣୀପୁର ଝରିଆଲ ଲୋକାରଣ୍ୟ ,୧୨ ଘଣ୍ଟା ପରେ ଧାଡ଼ି ଦର୍ଶନ ସରିଲା।   26-Aug-2026

You Might Also Like