-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
17-Jul-2022
ବଲାଙ୍ଗୀର- ଆଜି ସ୍ଥାନୀୟ ରାଧାରାଣୀ ପଡାସ୍ଥିତ ବଲାଙ୍ଗୀର ମାରୱାଡି ସେବା ସଦନ ଠାରେ ମାରୱାଡି ସମ୍ମେଳନର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସମ୍ମେଳନର ଅଧ୍ୟକ୍ଷ ଭାବରେ ମନୋଜ ଜୈନ ନିର୍ବାଚିତ ହୋଇଛନ୍ତି । ଶ୍ରୀ ଜୈନ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଗଜାନନ ଅଗ୍ରୱାଲଙ୍କୁ ୫ଠ ଟି ଭୋଟରେ ପରାଜିତ କରି ଅଧ୍ୟକ୍ଷ ଆସନ ଅକ୍ତିଆର କରିଛନ୍ତି । ଗଜାନନ ଅଗ୍ରୱାଲ ୯୭ ଖଣ୍ଡ ଭୋଟ ପାଇଥିବା ବେଳେ ମନୋଜ ଜୈନ ୧୪୭ ଟି ଭୋଟ ପାଇଥିଲେ । ମାରୱାଡି ସମ୍ମେଳନର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେଲା ପରେ ଶ୍ରୀ ଜୈନ ଙ୍କୁ ବିଭିନ୍ନ ମାରୱାଡି ସଂଗଠନ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ମାରୱାଡି ସମାଜର ସାମୁହିକ ବିକାଶ ଦିଗରେ କାମ କରିବେ ବୋଲି ନବନିର୍ବାଚିତ ଅଧ୍ୟକ୍ଷ ଶ୍ରୀ ଜୈନ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।