-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
10-Jul-2022
ବରଗଡ(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପଦ୍ମପୁର ଅଧିନସ୍ଥ କଂସର ବିଦ୍ୟାଳୟ ରେ କାର୍ଯ୍ୟରତ ଥିବା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜତିନ୍ଦ୍ର କୁମାର ଦାଶ ଅବସର ଗ୍ରହଣ କରିଛନ୍ତି । ସେ ଜଣେ ଆଦର୍ଶ ଶିକ୍ଷକ ଭାବରେ ଅଞ୍ଚଳରେ ବେଶ ପରିଚିତ । ଏହି ଅବସରରେ ସଦାନନ୍ଦ ପୁରୋହିତ ଙ୍କ ସଭାପତିତ୍ବ ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇ ଯାଇଥିଲା । ମୁଖ୍ୟ ଅତିଥି ଭାବରେ କାଳିଚରଣ ଦୁବେ (ବିଇଓ), ସମ୍ମାନୀତ ଅତିଥି ଧରମ କୁମାର ଶତପଥି,ବିପିନ ବିହାରୀ ମିଶ୍ର(ଏବିଇଓ),କଂସର ପଞ୍ଚାୟତ ଆନନ୍ଦ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ । ସେହିପରି ଅତିଥି ଭାବରେ ଜୟ କୁମାର ସାହୁ ଏବଂ ରାମସିଂ ଭୋଇ (ଏବିଇଓ) କ୍ଲଷ୍ଟର ସଂଯୋଜକ ବୀର କିଶୋର ସାହୁ ଉପସ୍ଥିତ ଥିଲେ । ଭାରତୀ କଣ୍ଟା,ରୁଦ୍ର କୁମାର ସାହୁ,ଲିଙ୍ଗରାଜ ସାହୁ,ପ୍ରହଲ୍ଲାଦ ସାହୁ,ଲଳିତ ମୋହନ ଦାଶ, ଆରତୀ ବେହେରା ମଧୂସ୍ମିତା କର ତଥା କ୍ଲଷ୍ଟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ଦାଶ ଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉପଢ଼ୈାକନ ଦେଇ ଅବସର କାଳିନ ସମ୍ବର୍ଦ୍ଧନା ଜଣାଇଥିଲେ । ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ ଭାରତୀ କଣ୍ଟା ଧନ୍ୟବାଦ ଅର୍ପଣ କରିଥିଲେ ।