-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
08-Jul-2022
ବିନିକା(ହିମାଂଶୁ ଶେଖର ପୁଟେଲ) ଗତ ଜୁନ ୩୦ତାରିଖରେ ଚାଷ ଜମିରେ କାମ କରୁଥିବା ବେଳେ ଅଚାନକ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁଁ ବଜ୍ରପାତରେ ଯୁବ ଚାଷୀ ପଳାଉ ଭୁଏଙ୍କ ଜୀବନ ଚାଲିଯାଇଥିଲା ।ଫଳରେ ସ୍ତ୍ରୀ ସହ ଦୁଇ ଝିଅ ଙ୍କ ପାଇଁ ଆର୍ଥିକ ରୋଜଗାର ବାଟବଣା ସଦୃଶ ହୋଇପଡ଼ିଥିବା ବେଳେ ଏମାନଙ୍କ ଚଳିବା କଷ୍ଟକର ହୋଇପଡିଛି। ଘଟଣାଟି ହେଉଛି ବିନିକା ବ୍ଳକ ଅନ୍ତର୍ଗତ ଭଣ୍ଡାର ପଞ୍ଚାୟତ ଭଣ୍ଡାର ଗ୍ରାମର । ଦିନ ମଜୁରିଆ ଭାବେ କାମ କରୁଥିବା ମୃତ ପଲାଉ ପରିବାର ର ଅକାମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିବାରୁ ବର୍ତମାନ ପତ୍ନୀ ଓ ଦୁଇ ଝିଅ ଆର୍ଥିକ ଅନାଟନରେ ଦିନ କାଟୁଛନ୍ତି ।ସରକାରୀ ସ୍ତରରେ ଯେଉଁ ସହାୟତା ମିଳିବା କଥା ତାହା ଏପର୍ଯ୍ୟନ୍ତ ମିଳିନାହିଁ ।ତେବେ ଏମାନଙ୍କ ମୁହଁରେ କିଛି ମାତ୍ରାରେ ହସ ଫୁଟାଇବା ପାଇଁ ପଞ୍ଚାୟତ ସ୍ତରରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ
ସହାୟତା ପ୍ରଦାନ କରାଯାଇଛି ।ଏମବିକେ ନିବେଦିତା ପାଢୀଙ୍କ ନେତୃତ୍ୱରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ୨.୫କୁଇନ୍ତାଳ ଚାଉଳ ଓ ନଗଦ ୬୫୦୦ଟଙ୍କା ଆଦାୟ କରାଯାଇ ପ୍ରଦାନ କରାଯାଇଛି ।ସେହିପରି ସିଆରପି,ସିପିଏମ ମାନେ ମଧ୍ୟ ସହଯୋଗର ହାତ ବଡେଇଛନ୍ତି ।ଅନ୍ୟ ପକ୍ଷରେ ମୃତ ପଲାଉଙ୍କ ଦୁଇ ଝିଅ ମଧ୍ୟରୁ ଗୋଟିଏ ଝିଅ ମେଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାରୁ ବ୍ଳକ ପ୍ରକଳ୍ପ ପରିଚାଳକ ରଞ୍ଜନ କୁମାର ସ୍ବାଇଁ ଝିଅଟିର ଶିକ୍ଷା ପାଇଁ କିପରି ଭିଆରଏଫ ପ୍ରଦାନ କରାଯିବ ତାହାର ଦାୟିତ୍ଵ ନେଇଛନ୍ତି ।ସେହିପରି ପରିବାରକୁ ଏନଏଫବିଏସ ଯୋଜନାରେ ସାମିଲ ପାଇଁ ବିଡ଼ିଓ ବ୍ୟାସଦେବ ବେହେରା ତପ୍ତରତା ପ୍ରକାଶ କରିଛନ୍ତି ।