-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
06-Jul-2022
ବରଗଡ: ପାଇକମାଲ ସ୍ଥିତ ନୃସିଂହନାଥ ହାଇସ୍କୁଲ ପରିସର ରେ ୭୩ତମ ବନ ମହୋତ୍ସବ ବୁଧବାର ପାଳିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଫ୍ଲାଏ କାର୍ଡ ଧରି ଜର୍ଜଗଡ ଗ୍ରାମ ପରିକ୍ରମଣ କରି ସଚେତନତା ବାର୍ତ୍ତା ଓ ସ୍ଳୋଗାନ ଦେଇଥିଲେ । ଏନେଇ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷୟତ୍ରୀ ମୋହିନୀ ଦଳପତି ଅଧ୍ୟକ୍ଷତା କରି ଥିବା ବେଳେ ମୂଖ୍ୟ ଅତିଥି ପ୍ରକୁତି ବନ୍ଧୁ ବଡ ସତପଥୀ, ମୁଖ୍ୟବକ୍ତା ଫରେଷ୍ଟର ଲୋକେଶ ଭୋଇ, ସମ୍ମାନିତ ଅତିଥି ପ୍ରକୁତି ବନ୍ଧୁ ବିଭୁତି ମୁଣ୍ତ ଯୋଗ ଦେଇ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଉପକାରିତା ବିଷୟରେ ଆଲୋକପାତ କରିବା
ସହ ପ୍ରକୃତି ଓ ମଣିଷ ସମାଜକୁ ବଞ୍ଚି ବାକୁ ହେଲେ ସମସ୍ତ ଙ୍କୁ ଗଛ ଲଗାଇ ତାର ଯତ୍ନ ନେଇ ବଞ୍ଚାଇ ବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ । ଛାତ୍ର ଛାତ୍ରୀମାନଙ୍କୁ ଅତିଥି ମାନେ ଗଛ ଲଗାଇ ବଞ୍ଚାଇବା ପାଇଁ ଶପଥ ପାଠ ମଧ୍ୟ୍ୟ କରାଇଥିଲେ । ପରିସର ରେ ଅଂଳା, କରଞ୍ଜ, ତେଜପତ୍ର, ଡାଲଚିନି, ଅଶୋକ, ନାଗେଶ୍ବର ପ୍ରଭୁତୀ ଓୌଷଧିୟ ବୃକ୍ଷ ଛାତ୍ର ଛାତ୍ରୀମାନେ ଲଗାଇଥିଲେ । ଏହି ବିଦ୍ୟାଳୟକୁ ପୂର୍ବରୁ ୨ଥର ପ୍ରକୃତିମିତ୍ର ପୁରସ୍କାର ମିଳି ସାରିଛି ବୋଲି ଦୈତାରି ବିଶ୍ବାଳ କହିଥିଲେ ।ଶେଷରେ ଶିକ୍ଷକ କେଦାର ନାଥ ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ ।