-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
06-Jul-2022
ଗଞ୍ଜାମ ଜିଲ୍ଲା, ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ରାଣୀ ସାହିର କଳ୍ପନା ଜେନା ପିତା - କାଳିଆ ଜେନା ନାମକ ଜଣେ ନାବାଳିକା ନିଜ ଶୋଇବା କୋଠରୀରେ କବାଟ ବନ୍ଦ କରି ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇ ଆତ୍ମହତ୍ୟା କରିଛନ୍ତି।ଘଟଣା ସ୍ଥଳର ବାସ୍ତବ ଦୃଶ୍ୟ ଦେଖିବା କଷ୍ଟକର।ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ।ତତ୍ ସଙ୍ଗେସଙ୍ଗେ ଦିଗପହଣ୍ଡି ପୋଲିସ ବାହିନୀ ପହଞ୍ଚି ଘଟଣା
ସ୍ଥଳରେ ଘଟଣାର ଛାନଭିନ୍ କରୁଛନ୍ତି।ଏବଂ ଆମ୍ବୁଲାନ୍ସ ଯୋଗେ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ବ୍ୟବସ୍ଥା କରିଛନ୍ତି। ଆଉ ଏହି ଭଳି ଏକ ଅଭାବନୀୟ ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି।ଏଠାରେ ସୂଚନାଯୋଗ୍ୟ ଯେ, ଛାତ୍ରୀ ଜଣକ ପଦ୍ମନାଭପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ହଷ୍ଟେଲରେ ରହି ପାଠପଢି ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ।
(ଗଞ୍ଜାମ ରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ)