-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
06-Jul-2022
କଣ୍ଟାବାଞ୍ଜି:(ଆନନ୍ଦ ମୋଟେ) ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ୭୩ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ଚଟୁଅନକା ଗ୍ରାମର ଜବାହରଲାଲ ନେହେରୁ ଆଦିବାସୀ କ୍ଳବ ଓ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ବନ ମହୋତ୍ସବରେ କଣ୍ଟାବାଞ୍ଜି ବନାଞ୍ଚଳ ରେଞ୍ଜର ଶ୍ରଦ୍ଧାଦେବ ବଡମାଳୀ ଓ ବନ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ପ୍ରକୃତିବନ୍ଧୁ ତଥା ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ସର୍ବ ପ୍ରଥମେ ଚଳିତ ବର୍ଷ ପ୍ରକୃତିମିତ୍ର ପୁରଷ୍କାର ପ୍ରାପ୍ତ ଅନୁଷ୍ଠାନ ଜବାହରଲାଲ ନେହେରୁ ଆଦିବାସୀ କ୍ଳବ ର ସଭାପତି ସହଦେବ ମାଝୀଙ୍କୁ ଉପଢୌକନ ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ।ତାପରେ ବିଦ୍ୟାଳୟ ପରିସରରେ ଆମ୍ବ,ପିଜୁଳି,ଜାମୁକୋଳି, ଲିମ୍ବ,କରଞ୍ଜ ଆଦି ବୃକ୍ଷ ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଥମିର ଛତ୍ରିଆ, କିଶୋର ବରିହା, ଦେବକୀ ତାଣ୍ଡୀ, ଜନକ ମାଝୀ, ବିଶିକେଶନ ମାଝୀ, ରୂପା ମାଝୀ, ଗୋବିନ୍ଦ ମାଝୀ, ସୁବାଷ ମାଝୀ, ନନ୍ଦ ମାଝୀ, ରାଜ ମାଝୀ, ଜନ ଦାସ, ରାଏସିଂ ପୁଟେଲ,ପଦମନ ମାଝୀ, ମୁଖରାମ ମାଝୀ, ଦେବଚନ ମାଝୀ, ତପନ ମାଝୀ, ମୋହନ ମାଝୀ, ଲୁଚନେ ମାଝୀ, ଅଞ୍ଜଳି ପରାଭୁଏ,ଅଗସ୍ତି ମାଝୀ, ଛିନେ ମାଝୀ,ଲଳିତା ପୁଟେଲ, ଜୟନ୍ତୀ କୈବର୍ତ୍ତ ଆଦି ସହଯୋଗ କରିଥିଲେ।