-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||     

HOME   ଜିଲ୍ଲା

ପବିତ୍ର ରଥ ଯାତ୍ରାରୁ ଏକ ଐତିହାସିକ ପଦକ୍ଷେପ: ବଲାଙ୍ଗୀର ବସଟର୍ମିନାଲରୁ ଘରୋଇ ବସଚଳାଚଳର ଶୁଭାରମ୍ଭ

02-Jul-2022



ବଲାଙ୍ଗୀର(ପ୍ରେରଣା ଖବର) -ବଲାଙ୍ଗୀରର ବହୁ ପ୍ରତୀକ୍ଷିତ ବସଟର୍ମିନାଲରେ ବସସେବା ଆରମ୍ଭ ହୋଇଛି । ଗତକାଲି ପବିତ୍ର ରଥ ଯାତ୍ରା ର ଶୁଭ ବେଳରେ ବଲାଙ୍ଗିର ଜିଲ୍ଲା ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଉପନୀତ ହୋଇଥିଲା l ଗତ ୨୪ ତାରିଖରେ ଜିଲ୍ଲାପାଳ ଏଠାରୁ ସବୁସରକାରୀ ବସସେବାର ଆରମ୍ଭ କରିଥିବା ବେଳେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଗତକାଲି ଠାରୁ ଘରୋଇ ବସସେବାର ମଧ୍ୟ ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ଗତକାଲି ସକାଳ ୯.୩୦ରେ  ସବୁଜ ପତାକା ଦେଖାଇ ଘରୋଇ ବସ ମାଲିକ ସଂଘର ଉପସ୍ଥିତିରେ ଏହି ବସସେବାର ଶୁଭାରମ୍ଭ କରିଥିଲେ । ସେ ଏହି ଅବସରରେ ଗଣମଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,ଏଣିକି ଏଠାରୁ ଜିଲ୍ଲାର ସମସ୍ତ ୟୁନିଟର ବସସେବା ଚାଲୁରହିବ । ପୂର୍ବରୁ ସହର ଭିତରେ ଘରୋଇ ବସଷ୍ଟାଣ୍ଡ ଥିବାରୁ ଟ୍ରାଫିକ ସହିତ ଅନ୍ୟାନ୍ୟ ସମସ୍ୟା ଦେଖାଦେଉଥିଲା । ରାଜ୍ୟସରକାର ବଲାଙ୍ଗୀରକୁ ଏକ ଅତ୍ୟାଧୁନିକ ବସ ଟର୍ମିନାଲ ଦେଇଛନ୍ତି । ଯାତ୍ରୀ ତଥା ବସମାଲିକଙ୍କ ସୁବିଧା କରାଯାଉଥିବା ଜିଲ୍ଲାପାଳ ଶ୍ରୀ ରାଣା କହିଛନ୍ତି । ବଲାଙ୍ଗୀତ ଘରୋଇ ବସ ମାଲିକ ସଂଘର ସଭାପତି ହେମନ୍ତ କୁମାର ପଣ୍ଡା ଓ ସଂପାଦକ ପ୍ରଦ୍ୟୁତ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ବିଜେଡିର ଯୁବନେତା ଅର୍କେଶ ନାରାୟଣ ସିଂଦେଓ, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ସିଂ ଲାଗୁରି, ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ମଣ୍ଟୁ ଖମାରୀ, ପୌର ନିର୍ବାହୀ ଅଧିକାରୀ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଲକ୍ଷ୍ମଣ କୁମାର ମେହେର, ସିଭିଲ ସୋସାଇଟିର ସଭାପତି ନୀଲମଣୀ ମିଶ୍ର, ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ, ନାଗରିକ କମିଟିର ସଂପାଦକ ମନୋରଂଜନ ସାହୁ,ଏକ୍ସନ କମିଟିର ଗୋପାଳଜୀ ପାଣିଗ୍ରାହୀ, ଯୁବଏକ୍ସନ କମିଟିର ବିନୋଦ କାଲସାଏ,ବଣିକ ସଂଘର ସଭାପତି ତ୍ରୀପୁରାରୀ ପାଣିଗ୍ରାହୀ, ମାହେଶ୍ୱରୀ ସଂଗଠନର ଅଙ୍କୁଶ ପାଣ୍ଡିଆ, ଘରୋଇ ବସ ମାଲିକ ସଂଘର ଓମପ୍ରକାଶ ଚାନ୍ଦ, ଦୁର୍ଗାପ୍ରସାଦ ବେହେରା, ସୌମେନ୍ଦ୍ର ପରିଚ୍ଛା, ଚନ୍ଦ୍ରମଣୀ ତ୍ରୀପାଠୀ, ହିମାଂଶୁ ନାୟକ, ରୋଟାରିଆନ ବିଷ୍ଣୁପ୍ରସାଦ କେଡିଆ, ବିଜେଡି ଦଳର ଜୟରାମ ମିଶ୍ର, ଓମ୍‌କାର ନାୟକ,  ନରସିଂହ ବାଗ, ଜଗଦିଶ ପୋଢ,ବିଭୁତିଭୂଷଣ ମିଶ୍ର,ବିନୁ ଶତପଥି,ସୁମନ ନନ୍ଦ, କଂଗ୍ରେସର ବିଧୁଭୂଷଣ ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଉଦଘାଟନ ପରେ ବସଷ୍ଟାଣ୍ଡର କେତେକ ସମସ୍ୟା ନେଇ ଘରୋଇ ବସ ମାଲିକ ସଂଘ ଯୁବନେତା ଅର୍କେଶ ନାରାୟଣ ସିଂଦେଓ ଓ ଅତିରିକ୍ତ ଜିଲ୍ଲାପାଳ ଅନନ୍ତସିଂ ଲାଗୁରୀଙ୍କ ସହିତ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ସମସ୍ୟାଗୁଡିକର ସମାଧାନ କରାଯିବ ବୋଲି ଯୁବନେତା ଅର୍କେଶ କହିଥିଲେ । 
    ଏହି ଅବସରରେ ବସଟର୍ମିନାଲରେ ମିଶନଶକ୍ତି ପକ୍ଷରୁ ଖୋଲାଯାଇଥିବା କେଫେକୁ ମଧ୍ୟ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ପୌରାଧ୍ୟକ୍ଷା ଲିକା ସାହୁ ଉଦଘାଟନ କରିଥିଲେ । ଏଣିକି ଏଠାରେ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ କେଫେରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଟିଫିନ ଓ ମିଲ ବିକ୍ରିର ଆରମ୍ଭ ହୋଇଛି । ଯାତ୍ରୀମାନେ କିଭଳି ସୁବିଧାରେ ଖାଇବା ଜିନିଷ ପାଇପାରିବେ ଓ ତାଙ୍କୁ ଉଚିତ ସେବା ଯୋଗାଇ ହେବ ସେଦିଗରେ ଧ୍ୟାନ ଦେବାକୁ ପୌରାଧ୍ୟକ୍ଷା ସ୍ୱୟଂସହାୟୀକା ଗୋଷ୍ଠୀ ମାନଙ୍କୁ ପରମର୍ଶ ଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ  ମିଶନ ଶକ୍ତି ଜିଲ୍ଲା ସଂଯୋଜିକା ସୁମନ ଦ୍ୱୀବେଦୀ ଉପସ୍ଥିତ ରହିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   15-Aug-2026
  ଜିଲ୍ଲା  
ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ   15-Aug-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   15-Aug-2026
  ଜିଲ୍ଲା  
ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   15-Aug-2026
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026

You Might Also Like