-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
29-Jun-2022
ବୀରମହାରାଜପୁର(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସେରଗେଡା ଗ୍ରାମର ସ୍ୱପ୍ନେଶ୍ୱର ବାବା ମିଶନ ଶକ୍ତିର ମହିଳା ମାନେ ସି.ଆର.ପି ପଙ୍କଜିନୀ ଗାଧୁଆଙ୍କ ନେତୃତ୍ୱରେ ପୋଖରୀ ଡାକ କୁ ନେଇ ଉପୁଜି ଥିବା ବିବାଦର ସମାଧାନ ପାଇଁ ବି.ଡି.ଓ ଙ୍କ ନିକଟରେ ଅଭିଯୋଗ କରିଥିଲେ l ସେମାନଙ୍କ କହିବା ଅନୁସାରେ ଗତ ୨୨ /୬ /୨୦୨୨ ଦିନ ପୋଖରୀ ଡାକ ପାଇଁ ନୋଟିସ ହୋଇଥିଲା l ମିଶନ ଶକ୍ତି ମହିଳା ମାନେ ପହଞ୍ଚି ଡାକ ରେ ଭାଗ ନେଇଥିଲେ, ହେଲେ ସେମାନଙ୍କୁ ସମୁଦାୟ ଟଙ୍କା ଏକତରଫା ଆଣିବାକୁ କୁହାଯାଇନଥିଲା l ଯେଉଁ ଗ୍ରୁପ ଡିଫଲଡର୍ ହୋଇଛନ୍ତି ତାଙ୍କୁ କିଭଳି ପୋଖରୀର ଠିକା କାମ ଦିଆଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଅଭିଯୋଗକାରୀ। ସଠିକ ସୂଚନାର ଅଭାବ ହେଉ, କିମ୍ବା ମିଶନ ଶକ୍ତିକୁ ନାମଜୁମାତ୍ର ସଂଶ୍ଲିଷ୍ଟ ହେଉ କୋଉଠି ନା କୋଉଠି ବାଟବଣା ହେଉଛି ପ୍ରଶାସନ । ସେରଗେଡା ମିଶନ ଶକ୍ତି ମହିଳା ମାନେ ଖଜୁରୀକଟା ପୋଖରୀର ପୁନଃ ଡାକ କରାଯାଉ ନତୁବା ଏହି ଡାକ କୁ ବାତିଲ କରାଯିବାକୁ ଦାବୀ ଉପସ୍ଥାପନ କରିଥିଲେ l ଗ୍ରାମର ଏକମାତ୍ର ପୋଖରୀ ଯେଉଁଠି ଲୋକମାନେ ଗାଧୋଇବା ଏବଂ ପିଇବା ପାଇଁ ପାଣି ବ୍ୟବହାର କରନ୍ତି ବୋଲି ଦର୍ଶାଇଛନ୍ତି l ଏହି ଡାକ ସମୟରେ ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ପ୍ରଭାତ କୁମାର ରଥ ଉପସ୍ଥିତ ରହିଥିବାର ଅଭିଯୋଗକାରୀ ସ୍ୱୟଂ ସହାୟକ ମହିଳା ମାନେ ପ୍ରକାଶ କରିଛନ୍ତି l