-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
29-Jun-2022
ନାକଟିଦେଉଳ(କନ୍ଦର୍ପ ବେହେରା) - ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ମାନ୍ୟବର ଇଂ ରୋହିତ ପୂଜାରୀ ଆଜି ନାକଟିଦେଉଳ ବ୍ଲକର ବିଭିନ୍ନ ପଂତାୟତ ପରିଦର୍ଶନ କରିଥିଲେ l
ମାନ୍ୟବର ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ନାକଟିଦେଉଳ ବ୍ଲକର କିସିିଣ୍ଡା, ପାଣିମୋରା, ଗିରିଶ୍ଚନ୍ଦ୍ରପୁର, ବଳମ୍, ସରାପାଲି, ନାକଟିଦେଉଳ, ସାହେବୀ, ବାଟଗାଁ, ସାଲେଭଟା, ଜାମୁଜୋରୀ, ଡଇଁଚା, ଶିମିଳିପାଳ, ଘୋଷରାମାଳ, ଗୋଗୁଆ ଆଦି ଗ୍ରାମ ପଂଚାୟତକୁ ଯାଇ ଜନସାଧାରଣଙ୍କୁ ସାକ୍ଷାତ୍ କରିଥିଲେ ଏବଂ ମନ୍ତ୍ରୀ ହେବା ପରେ ନାକଟିଦେଉଳକୁ ପ୍ରଥମ ଗସ୍ତ ହୋଇଥିବାରୁ ଜନସାଧାରଣ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ା ନାକଟିଦେଉଳ ମହାବିଦ୍ୟାଳୟରେ ମଧ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା ା ମନ୍ତ୍ରୀଙ୍କ ବ୍ଲକ୍ ପ୍ରତିନିଧି ନିଳାମ୍ବର ସାହୁ , ବିଜେଡ଼ି ବ୍ଲକ୍ ସଭାପତି ମୂଳିଆ ରାଉଳ, ଅନାଦି ସାହୁ ,ମନ୍ଦାକିନୀ ରାଉଳ, ଦୁଇ ଜିଲ୍ଲାପରିଷଦ ସଭ୍ୟା, ବ୍ଲକ୍ ଅଧ୍ୟକ୍ଷା ସ୍ବରୁପାରାଣୀ ସାହୁ ତଥା ବିଜେଡ଼ିର କର୍ମୀମାନେ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ l