-+91-9937148622 |

prerana_bgr@rediffmail.com |

  Tuesday 21st April 2026 |

| | | |

R.N.I. Regd No. ODIODI/2010/46693

Breaking News

*ରାଜାତୋଟା ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ*   (21-Apr-2026)       ||      ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ ।   (21-Apr-2026)       ||      ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ   (21-Apr-2026)       ||      ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    (21-Apr-2026)       ||      ବଦଳୁଥିବା କପଡ଼ା, ବଦଳିଥିବା ଅନ୍ଦାଜ୍ କୁ ନେଇ ଏବେ ଜୋରଦାର ଚର୍ଚ୍ଚା।ରାଜନୀତିକୁ ଫେରିବେ କି ପ୍ରଭାତ    (21-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ଟିଟିଲାଗଡ଼ ସହରାଞ୍ଚଳ କମିଟି ଓ ବ୍ଲକ କମିଟିର ମିଳିତ ବୈଠକ ଅନୁଷ୍ଠିତ    (20-Apr-2026)       ||      ଉତ୍କଳ  କଲେଜ ଅଫ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍‌ସ ର  ବାର୍ଷିକୋତ୍ସବ ଓ ଶପଥଗ୍ରହଣ   (20-Apr-2026)       ||      ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ    (20-Apr-2026)       ||      ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ   (20-Apr-2026)       ||      "ସୁବର୍ଣ୍ଣପୁର ଠାରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ"- "ତିନି ଠାକୁର ଙ୍କ ନୂଆଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ" "ଦୀର୍ଘ ବର୍ଷ ପରେ ଭକ୍ତ ଦର୍ଶନ କରିବେ ନୂଆଁ ରଥ" -   (20-Apr-2026)       ||      *ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବୈଠକ*-   (20-Apr-2026)       ||      *କେରଣ୍ଡି ଗ୍ରାମରେ ପ୍ରତିଷ୍ଠା ହେଲା ମାଁ ଠାକୁରାଣୀଙ୍କ ଭବ୍ୟ ମନ୍ଦିର*   (20-Apr-2026)       ||      ଦଶମ ସିବିଏସଇ ବୋର୍ଡ ପରୀକ୍ଷାରେ ଓଏଭି ଓ ଭିବିଷ୍ୟ ଛାତ୍ରଛାତ୍ରୀଙ୍କ ବାଜିମାତ।   (20-Apr-2026)       ||      ଠିକାଦାର ଓ ପୂର୍ତ୍ତ ବିଭାଗ ବଳପୂର୍ବକ କାମଆରମ୍ଭ କରିବା ପ୍ରତିବାଦରେ କ୍ଷତିଗ୍ରସ୍ତ ଜମିମାଲିକମାନେ ବରୀ ତହସିଲକାର୍ଯ୍ୟାଳୟ ସମ୍ମୁଖରେ ଧାରଣା   (20-Apr-2026)       ||      ସୁଦିପ୍ତା ମହାନ୍ତିଙ୍କ ବିୟୋଗରେ ପ୍ରବାସୀ ଓଡ଼ିଆ ମହଲରେ ଶୋକର ଛାୟା   (20-Apr-2026)       ||      ଜିଲ୍ଲାସ୍ତରୀୟ କବି ଶ୍ରୀଜୟଦେବ ଜୟନ୍ତୀ ଉତ୍ସବ ପାଳିତ    (20-Apr-2026)       ||      ବଲାଙ୍ଗିରରେ ଅକ୍ଷୟ ତୃତୀୟା, କୃଷକ ଦିବସ ଓ ଅକ୍ଷିମୁଠି ଅନୁକୂଳ ପାଳନ   (20-Apr-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଥାଳଉଠା ସମ୍ପନ୍ନ   (20-Apr-2026)       ||      ଅଜଣା ଗାଡ଼ି ଧକ୍କା ରେ ବାଇକ ଚାଳକ ମୃତ -   (20-Apr-2026)       ||      ବରପାଲିର ବରିଷ୍ଠ ସାମ୍ୱାଦିକ ପ୍ରଭୁ ଚରଣ ମହାନ୍ତିଙ୍କ ପତ୍ନୀ ବିୟୋଗ   (20-Apr-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ନବ ଗଠିତ ଜିଲ୍ଲା ପରିଷଦ ର ପ୍ରଥମ ବୈଠକ- ଜିଲ୍ଳାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମସ୍ତେ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିବାକୁ ମାନ୍ୟବର ମନ୍ତ୍ରୀ ଙ୍କ ପରାମର୍ଶ

25-Jun-2022



ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ନବ ଗଠିତ ଜିଲ୍ଲା ପରିଷଦ ର ପ୍ରଥମ ବୈଠକ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା କିଲିଟାରି ସଭାକକ୍ଷ ରେ ଅନୁଷ୍ଠିତ ବୈଠକରେ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର, ଓଡିଶା ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ, ଜିଲାପାଳ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ-ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ  ନିହାର ରଞ୍ଜନ କଁହର ,ମାନ୍ୟବର ଲୋକସଭା ସାଂସଦ ବଲାଙ୍ଗୀରଙ୍କ ପ୍ରତିନିଧି ଶରତ ଶତପଥୀ ,ଜିଲ୍ଲା ପରିଷଦ ଉପାଧକ୍ଷ୍ୟ ଝସକେତନ ବଘାର, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ /ସଦସ୍ୟା,ସମସ୍ତ ବ୍ଲକ୍‌ର ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲାସ୍ତରୀୟ ଅଧିକାରୀ,ପ୍ରମୁଖ  ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ସୁବର୍ଣ୍ଣପୁର ନିହାର ରଞ୍ଜନ କଁହର ନବ ଗଠିତ ପରିଷଦର ସମସ୍ତ ନବନିର୍ବାଚିତ ସଦସ୍ୟ ସଦସ୍ୟା, ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା ପ୍ରମୁଖଙ୍କୁ ପ୍ରଥମ ବୈଠକରେ ସ୍ବାଗତ କରିବା ସହ ପ୍ରଶାସନ ତରଫରୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଜିଲ୍ଲପାଳ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀମତୀ ନରୱଣେ ସମସ୍ତଙ୍କୁ ବୈଠକକୁ ସ୍ୱାଗତ କରି ବୈଠକର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହ ଜିଲ୍ଲାର ବାଲ୍ୟ ବିବାହକୁ ରୋକିବା ଦିଗରେ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ ପୁନଶ୍ଚ ଜିଲ୍ଲାରେ ଅଧାରୁ ପାଠ ଛାଡିଥିବା ଝିଅ ଙ୍କୁ ପୁନର୍ବାର ସ୍କୁଲ କୁ ଫେରାଇ ଆଣିବାକୁ ସମସ୍ତେ ସହଯୋଗ କରିବାକୁ କହିଥିଲେ l ଜିଲ୍ଲାର 5T ସ୍କୁଲ ଗୁଡିକର ଶିକ୍ଷା ଭିତ୍ତିଭୂମିକୁ ଆହୁରି ସୁଦୃଢ ଓ ବିକଶିତ କରିବା ଉପରେ ଗୁରୁତ୍ୱ ଦେଇ ସମସ୍ତ ବିଭାଗ ପରସ୍ପର ସମନ୍ୱୟ ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ କରିଛନ୍ତି ଜିଲ୍ଲପାଳ ଶ୍ରୀମତୀ ନରୱଣେ l ପରେ ପରେ ଗତ ତା ୧୮/୧୧/୨୧ ରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଗୁଡିକର ଦୃଢ଼ୀକରଣ ନିମନ୍ତେ ବିବରଣୀ ଉପସ୍ଥାପନା କରିଥିଲେ ପ୍ରକଳ୍ପ ନିର୍ଦେଶକ ଡି ଆର ଡି ଏ,ଶ୍ରୀ କଁହର l ମାନ୍ୟବର ଅଧ୍ୟକ୍ଷl ଜିଲ୍ଲା ପରିଷଦ ଶ୍ରୀମତୀ ସୁପାର ଠେଲା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ବିଭାଗ  ମଧ୍ୟରେ ଉପଯୁକ୍ତ ସମନ୍ଵୟ ରଖି ଯୋଜନା କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି l ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର ନିରଞ୍ଜନ ପୂଜାରୀ ନିଜ ବକ୍ତବ୍ୟ ରେ ସରକାରଙ୍କ ପ୍ରତିଟି ଜନମଙ୍ଗଳ କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରି ଲୋକଙ୍କ ପାଖରେ ସଫଳତାର ସହ ପହଞ୍ଚାଇବାକୁ ସମସ୍ତେ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ କରିଛନ୍ତି l ଆଜିର ବୈଠକରେ  ୨୦୨୨-୨୩ ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗ ଦ୍ୱାରା  ପ୍ରକଳ୍ପ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ କୁ ଗୃହରେ ଉପସ୍ଥାପନା କରାଯାଇଛି l ଏହି ଅବସରରେ ବୈଠକରେ ବିଶେଷ ଭାବେ ଜିଲ୍ଲାର ବଣଖଣ୍ଡ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ, ଯୋଗାଣ ବିଭାଗ, ସେବା ସମବାୟ, ଜିଲ୍ଲା ଶ୍ରମ ବିଭାଗ,ଜଳ ସେଚନ ବିଭାଗ, ବିଦ୍ୟୁତ ବିଭାଗ, ମତ୍ସ୍ୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ ବିଭାଗ,ଆର ଡବ୍ଲୁ ଡି, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପ୍ରଭୁତି ଦ୍ୱାରା ସରକାରଙ୍କ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ସ୍ଥିତି, ଅବସ୍ଥିତି ଓ ନୂତନ ଭାବେ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକ ଉପରେ ବିଭାଗୀୟ ଅଧିକାରୀ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ l ମାନ୍ୟବର ସଦସ୍ୟ ସଦସ୍ୟା ନିଜ ନିଜ ଅଂଚଳରେ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପ ଉପରେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପ୍ରଶ୍ନ ରଖିଥିଲେ l ଜିଲ୍ଲାର କାର୍ଯ୍ୟରତ ବିଭାଗୀୟ ଅଧିକାରୀ ଗୃହରେ ଉପସ୍ଥିତ ସଦସ୍ୟ /ସଦସ୍ୟା ଙ୍କୁ ବିଭିନ୍ନ ବିଭାଗର କାର୍ଯ୍ୟକାରିତା ଉପରେ  ଅବଗତ କରାଇଥିଲେ l ଜିଲ୍ଲାରେ ଏକକ ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବାର ବାର୍ତ୍ତା ନେଇ ଆଜି ବୈଠକରେ ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥା ତରଫରୁ ଷ୍ଟିଲ ବୋତଲରେ ପାନୀୟ ଜଳ ଯୋଗାଣ  କରାଯାଇଥିଲା l ଶେଷରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଡିଆରଡିଏ  ବିଭୁ ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
*ରାଜାତୋଟା ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ*   21-Apr-2026
  ଜିଲ୍ଲା  
ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ ।   21-Apr-2026
  ଜିଲ୍ଲା  
ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ   21-Apr-2026
  ଜିଲ୍ଲା  
ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ   21-Apr-2026
  ଜିଲ୍ଲା  
ବଦଳୁଥିବା କପଡ଼ା, ବଦଳିଥିବା ଅନ୍ଦାଜ୍ କୁ ନେଇ ଏବେ ଜୋରଦାର ଚର୍ଚ୍ଚା।ରାଜନୀତିକୁ ଫେରିବେ କି ପ୍ରଭାତ   21-Apr-2026
  ଜିଲ୍ଲା  
ନିଖିଳ ଓଡିଶା ଆଶା କର୍ମୀ ସଂଘ, ଟିଟିଲାଗଡ଼ ସହରାଞ୍ଚଳ କମିଟି ଓ ବ୍ଲକ କମିଟିର ମିଳିତ ବୈଠକ ଅନୁଷ୍ଠିତ   20-Apr-2026
  ଜିଲ୍ଲା  
ଉତ୍କଳ  କଲେଜ ଅଫ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍‌ସ ର  ବାର୍ଷିକୋତ୍ସବ ଓ ଶପଥଗ୍ରହଣ   20-Apr-2026
  ରାଜ୍ୟ  
ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ   20-Apr-2026
  ଜିଲ୍ଲା  
ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ   20-Apr-2026
  ଜିଲ୍ଲା  
"ସୁବର୍ଣ୍ଣପୁର ଠାରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ"- "ତିନି ଠାକୁର ଙ୍କ ନୂଆଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ" "ଦୀର୍ଘ ବର୍ଷ ପରେ ଭକ୍ତ ଦର୍ଶନ କରିବେ ନୂଆଁ ରଥ" -   20-Apr-2026
  ଜିଲ୍ଲା  
*ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବୈଠକ*-   20-Apr-2026
  ଜିଲ୍ଲା  
*କେରଣ୍ଡି ଗ୍ରାମରେ ପ୍ରତିଷ୍ଠା ହେଲା ମାଁ ଠାକୁରାଣୀଙ୍କ ଭବ୍ୟ ମନ୍ଦିର*   20-Apr-2026

You Might Also Like