-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
23-Jun-2022
ବରଗଡ:-ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ପ୍ରେରଣାର ଉତ୍ସ, ବିଶିଷ୍ଟ ଶିକ୍ଷାବିତ, ପ୍ରଖର ରାଷ୍ଟ୍ରବାଦୀ ନେତା ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଆଜି ପଦ୍ମପୁରରେ ପାଳିତ ହୋଇଯାଇଛି, ନଗର ବିଜେପି ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ମେହେର ଙ୍କ ସଭାପତିତ୍ବରେ ବଳିଦାନ ଦିବସ ପାଳନ କରାଯାଇଥିଲା ।ଏ ଅବସରରେ ବରିଷ୍ଠ ନେତା ରାଜୁ ଘିବେଲା ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସାଂଗଠନିକ ଦକ୍ଷତା ଏବଂ ବିଚାର ଉପରେ ଆଲୋକପାତ କରିଥିଲେ ଏବଂ ତାଙ୍କର ପଥକୁ ଅନୁସରଣ କରି ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିକୁ ପଦ୍ମପୁର ରେ ଏକ ନମ୍ବର ଦଳ ହିସାବରେ ଗଠନ କରିବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ବାନ ଦେଇଥିଲେ । ଅନ୍ୟତମ ବକ୍ତା ଭାବେ ସାଂସଦ ପ୍ରତିନିଧି, କାଉନସିଲର ତଥା ବଳିଦାନ ଦିବସ ର ଜିଲ୍ଲା ସହ ସଂଯୋଜକ ଯୁବ ଓକିଲ ଚିନ୍ମୟ କୁମାର ପଣ୍ଡା ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରଖର ରାଷ୍ଟ୍ରଭକ୍ତି ଉପରେ
ଆଲୋକପାତ କରିଥିଲେ ।କିପରି ଜାମ୍ମୁକାଶ୍ମୀର ରେ ଧାରା ୩୭୦ କୁ ବିରୋଧ କରି "ଏକ୍ ଦେଶ୍ ମେଁ ଦୋ ବିଧାନ,ଦୋ ନିଶାନ୍ ନେହିଁ ଚଲ୍ ସକତା" ର ସ୍ଲୋଗାନ ଦେଇ ନିଜ ଜୀବନ ର ବଳିଦାନ ଦେଇଥିଲେ ସେ ବିଷୟ ଉତଥାପନ କରିଥିଲେ । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନଗର ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର, ବରିଷ୍ଠ ଆଇନଜୀବି ଆଦିତ୍ୟ କୁମାର ରଥ, କାଉନସିଲର ସୁମିତ ଘିବେଲା, ଅମିତ୍ ଅଗ୍ରୱାଲ, ଜିତେନ୍ଦ୍ର ସୁନାନୀ, ପ୍ରେମାନନ୍ଦ ଭୋଇ,ମଙ୍ଗଲୁ ନିଆଲ,ହୀରାଲାଲ ରଣା,ରବି ଭୋଇ, ହୀରା ସରାଫ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ନଗର ବିଜେପି ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।