-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||     

HOME   ଜିଲ୍ଲା

ରାଜ୍ୟପାଳ ପୁରସ୍କାର ପାଇଲେ ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ

19-Jun-2022



 ବୌଦ୍ଧ(ପ୍ରେରଣା ଖବର ବ୍ୟୁରୋ) ଆଜି  ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ, ଭୁବନେଶ୍ଵର ତରଫରୁ ଜୟଦେବ ଭବନ   ଠାରେ ଆୟୋଜିତ ‘ରାଜ୍ୟ ପୁରସ୍କାର ଉତ୍ସବ’ ରେ ମହାମହିମ ରାଜ୍ୟପାଳ ପ୍ରୋଫେସର ଡଃ ଗଣେଶୀ ଲାଲ ମୁଖ୍ୟ ଅତିଥି ରୂପେ ଯୋଗଦାନକରି ଥିବାବେଳେ ଅନ୍ୟାନ୍ୟ ଅତିଥି ଭାବେ ଡଃ କାଳୀ ପ୍ରସାଦ ମିଶ୍ର ରାଜ୍ୟ ସ୍କାଉଟ ଗାଇଡ କମିଶନର,ଅନନ୍ତ ନାରାୟଣ ଜେନା ଭାଇସ ପ୍ରେସିଡେନ୍ଟ ସ୍କାଉଟ ଗାଇଡ ତଥା ବିଧାୟକ ଭୁବନେଶ୍ଵର, ଡଃ ମିନତୀ ବେହେରା ମହିଳା କମିଶନର, ନିରଞ୍ଜନ ରଥ ପ୍ରକାଶକ ସମାଜ, ଶାଶ୍ଵତ ମିଶ୍ର ରାଜ୍ୟପାଳଙ୍କ ପ୍ରିନ୍ସିପ୍ଯାଲ ସେକ୍ରେଟାରୀ,ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ,ମନୋରଞ୍ଜନ ମହାନ୍ତି ଭାଇସ ପ୍ରେସିଡେନ୍ଟ ସ୍କାଉଟ ଗାଇଡ ସମେତ ଓଡିଶାର ପ୍ରାୟ ସମସ୍ତ ଜିଲ୍ଲାରୁ ଯୋଗଦାନ କରିଥିବା କବ-ବୁଲବୁଲ,ସ୍କାଉଟ ଗାଇଡ,ରୋଭର ରେଞ୍ଜର ଓ ଗାଇଡ ଶିକ୍ଷକ ମିଶି ପ୍ରାୟ-୬୦୦ ଜଣ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

      ବୌଦ୍ଧ ଜିଲ୍ଲାର ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୮ଜଣ କବ ଓ ୭ ଜଣ ବୁଲବୁଲ ଏହି ରାଜ୍ୟପାଳ ପୁରସ୍କାର ପାଇଥିବା ବେଳେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ମୋଟ ୯୮ ଜଣ ସ୍କାଉଟ ଗାଇଡ ରାଜ୍ୟପାଳ ପୁରସ୍କାର ପାଇବାରେ ସଫଳତା ହାସଲ କରିଥିବା ମୋଟ ୧୧୩ ଜଣ ସ୍କାଉଟ ଗାଇଡ ଓ କବ-ବୁଲବୁଲ ମାନଙ୍କ ତରଫରୁ ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ନେତୃତ୍ଵରେ ବୁଲବୁଲ- ସୁହାନା ସ୍ଵାଇଁ ଓ କବ- ଓମ କୁମାର ନାୟକ ଏହି ରାଜ୍ୟପାଳ ପୁରସ୍କାର ଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ  । 
   ରାଜ୍ୟର ୭ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଭିନ୍ନ ସଫଳତା ପାଇଁ  ମହମହିମ ରାଜ୍ୟପାଳ ପୁରସ୍କୃତ କରିଥିଲେ ।  ରାଜ୍ୟରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ଜିଲ୍ଲାର ଡିଷ୍ଟ୍ରିକ୍ଟ କ୍ୟାମ୍ପୋରୀ ମଧ୍ୟରେ ରାଜ୍ୟର ସର୍ବୋତ୍ତମ କ୍ୟାମ୍ପୋରୀ ଭାବେ ବୌଦ୍ଧ ଜିଲ୍ଲାକୁ ଚୟନ କରାଯାଇ ଆଜି ଆୟୋଜିତ

ଏହି ରାଜ୍ୟ ପୁରସ୍କାର ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟ ନାଥ ମାଝି ଙ୍କ ସମେତ ଜିଲ୍ଲା କ୍ରୀଡା ନିରୀକ୍ଷକ ଶ୍ରୀ ଅନନ୍ଦ ବେହେରାଙ୍କୁ ମହା ମହିମ ରାଜ୍ୟପାଳ ପୁରସ୍କୃତ କରିଛନ୍ତି । ଏହି ସଫଳତା ପାଇଁ ଡିଷ୍ଟ୍ରିକ୍ଟ କ୍ୟାମ୍ପୋରୀ ସହ ସମ୍ପୃକ୍ତ ସମସ୍ତ ପ୍ରତିଭାଗୀ,ଆୟୋଜକ,କର୍ମଚାରୀ,ଟିମ ଲିଡର, ଓ ସମ୍ପୃକ୍ତ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ ଜଣାଇଛନ୍ତି ।  ଏହା ବୌଦ୍ଧ ଜିଲ୍ଲା ପାଇଁ ଏକ ଗୌରବ ଆଣି ଦେଇଥିବାରୁ ଏଥିପାଇଁ ବିଭିନ୍ନ ମହଲରୁ ପ୍ରସଂଶାର ସୁଅ ଛୁଟୁଛି 


News Comment




Photo in News

Advertisment
Lastest News
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026

You Might Also Like