-+91-9937148622 |

prerana_bgr@rediffmail.com |

  Monday 20th April 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ    (20-Apr-2026)       ||      ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ   (20-Apr-2026)       ||      "ସୁବର୍ଣ୍ଣପୁର ଠାରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ"- "ତିନି ଠାକୁର ଙ୍କ ନୂଆଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ" "ଦୀର୍ଘ ବର୍ଷ ପରେ ଭକ୍ତ ଦର୍ଶନ କରିବେ ନୂଆଁ ରଥ" -   (20-Apr-2026)       ||      *ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବୈଠକ*-   (20-Apr-2026)       ||      *କେରଣ୍ଡି ଗ୍ରାମରେ ପ୍ରତିଷ୍ଠା ହେଲା ମାଁ ଠାକୁରାଣୀଙ୍କ ଭବ୍ୟ ମନ୍ଦିର*   (20-Apr-2026)       ||      ଦଶମ ସିବିଏସଇ ବୋର୍ଡ ପରୀକ୍ଷାରେ ଓଏଭି ଓ ଭିବିଷ୍ୟ ଛାତ୍ରଛାତ୍ରୀଙ୍କ ବାଜିମାତ।   (20-Apr-2026)       ||      ଠିକାଦାର ଓ ପୂର୍ତ୍ତ ବିଭାଗ ବଳପୂର୍ବକ କାମଆରମ୍ଭ କରିବା ପ୍ରତିବାଦରେ କ୍ଷତିଗ୍ରସ୍ତ ଜମିମାଲିକମାନେ ବରୀ ତହସିଲକାର୍ଯ୍ୟାଳୟ ସମ୍ମୁଖରେ ଧାରଣା   (20-Apr-2026)       ||      ସୁଦିପ୍ତା ମହାନ୍ତିଙ୍କ ବିୟୋଗରେ ପ୍ରବାସୀ ଓଡ଼ିଆ ମହଲରେ ଶୋକର ଛାୟା   (20-Apr-2026)       ||      ଜିଲ୍ଲାସ୍ତରୀୟ କବି ଶ୍ରୀଜୟଦେବ ଜୟନ୍ତୀ ଉତ୍ସବ ପାଳିତ    (20-Apr-2026)       ||      ବଲାଙ୍ଗିରରେ ଅକ୍ଷୟ ତୃତୀୟା, କୃଷକ ଦିବସ ଓ ଅକ୍ଷିମୁଠି ଅନୁକୂଳ ପାଳନ   (20-Apr-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଥାଳଉଠା ସମ୍ପନ୍ନ   (20-Apr-2026)       ||      ଅଜଣା ଗାଡ଼ି ଧକ୍କା ରେ ବାଇକ ଚାଳକ ମୃତ -   (20-Apr-2026)       ||      ବରପାଲିର ବରିଷ୍ଠ ସାମ୍ୱାଦିକ ପ୍ରଭୁ ଚରଣ ମହାନ୍ତିଙ୍କ ପତ୍ନୀ ବିୟୋଗ   (20-Apr-2026)       ||      ବାଗଡିଆରେ ନାମଯଜ୍ଞ ନେଇ କଳସ ଶୋଭାଯାତ୍ରା   (20-Apr-2026)       ||      ଡ଼ଭଲାରେ ରାତ୍ରିକାଳୀନ କ୍ରିକେଟ ମ୍ୟାଚ   (20-Apr-2026)       ||      ବ୍ରହ୍ମ ସମାଜ ପକ୍ଷରୁ ବିନିକାରେ ପର୍ଶୁରାମ ଜୟନ୍ତୀ ପାଲିତ   (20-Apr-2026)       ||      ଜିଲ୍ଲା ବିଜେପି ପକ୍ଷରୁ ମଲିକୁଦରେ ଡଃ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ।   (20-Apr-2026)       ||      *ଯୋରନ୍ଦାରୁ ୨୧ ଦିନର ପାଦଯାତ୍ରାରେ ମହିମା ଧର୍ମର ସାଧୁଙ୍କ ପାଦଯାତ୍ରା – ସାଧୁସନ୍ଥ ସେବାରେ ଯୁବକଙ୍କ ସହଯୋଗ*   (20-Apr-2026)       ||      ସୁଶ୍ରୀ ଅନୁଷ୍କାଙ୍କ କୃତିତ୍ୱ ଲାଗି ସମ୍ବର୍ଦ୍ଧନା   (20-Apr-2026)       ||      ବାଲି ମାଫିଆଙ୍କ ବାଲି ଚୋରି , ଚାଷୀଙ୍କ ଉପରେ ଦାଦାଗିରି    (20-Apr-2026)       ||     

HOME   ଜିଲ୍ଲା

ଜି.ଏମ୍‌.ୟୁରେ "ଶବ୍ଦଗଙ୍ଗା"ର ଦ୍ବିତୀୟ ବାର୍ଷିକ ବିଶେଷାଙ୍କ ଲୋକାର୍ପିତ

19-Jun-2022



ସମ୍ବଲପୁର // ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମାସିକ ସାରସ୍ଵତ ଅନ୍‌ଲାଇନ୍ ମୁଖପତ୍ର "ଶବ୍ଦଗଙ୍ଗା"ର ପଚିଶିତମ ସଂଖ୍ୟା ତଥା ଦ୍ଵିତୀୟ ବାର୍ଷିକ ବିଶେଷାଙ୍କ(ଜୁନ-୨୦୨୨) ଆଜି ଲୋକାର୍ପିତ ହୋଇଛି । ବିଭାଗ ମୁଖ୍ୟ ଡକ୍‌ଟର ଲକ୍ଷ୍ମୀପ୍ରିୟା ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଲୋକାର୍ପିତ ସଭାରେ କୁଳପତି ପ୍ରଫେସର ଏନ୍‌.ନାଗାରାଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ "ଶବ୍ଦଗଙ୍ଗା"ର ଦ୍ଵିତୀୟ ସ୍ଵନକ୍ଷତ୍ର ସଂଖ୍ୟାକୁ ଉନ୍ମୋଚନ କରିଥିଲେ । ତାଙ୍କ ବକ୍ତବ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସାରସ୍ଵତ କାର୍ଯ୍ୟାବଳୀକୁ ଉଚ୍ଚ ପ୍ରଶଂସା କରିବା ସହ "ଶବ୍ଦଗଙ୍ଗା"ର ଦୀର୍ଘ ଯାତ୍ରା କାମନା କରିଥିଲେ । କୁଳସଚିବ ଶ୍ରୀମତୀ ଯୁଗଳେଶ୍ୱରୀ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ 'ଶବ୍ଦଗଙ୍ଗା'ର ସାମଗ୍ରିକ କୃତି ଓ ସାରସ୍ଵତ ଭୂମିକା ସମ୍ପର୍କରେ ବକ୍ତବ୍ୟ ପରିବେଷଣ କରିଥିଲେ । କୁଳସଚିବ ଡ. ଉମାଚରଣ ପତି ଓଡ଼ିଆ ବିଭାଗ ସମେତ 'ଶବ୍ଦଗଙ୍ଗା'ର ସଫଳତାକୁ ପ୍ରଶଂସା କରି ସମଗ୍ର ବିଶ୍ଵବିଦ୍ୟାଳୟକୁ ଏହାର ସାରସ୍ଵତ ସ୍ରୋତରେ ସାମିଲ ହେବା ପାଇଁ ଆହ୍ବାନ କରିଥିଲେ । ବିଶ୍ଵବିଦ୍ୟାଳୟର ବିତ୍ତ ନିୟନ୍ତ୍ରକ ଶ୍ରୀମତୀ କନକଲତା ଏକ୍କା, ପୂର୍ବତନ ବିତ୍ତ ନିୟନ୍ତ୍ରକ ତଥା ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ଶ୍ୟାମାଚରଣ ଆଚାର୍ଯ୍ୟ ଓ ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ହେମକୁମାର ନାଏକ 'ଶବ୍ଦଗଙ୍ଗା'ର ଭୂୟୋସୀ ପ୍ରଶଂସା କରିଥିଲେ । ବିଭାଗମୁଖ୍ୟ ବାର୍ଷିକ ବିବରଣୀ ପାଠ କରିବା ସହ 'ଶବ୍ଦଗଙ୍ଗା'ର ଉପାଦେୟତା ସାହିତ୍ୟିକ ମୂଲ୍ୟ ଓ ଏହାର ସାରସ୍ଵତ ପ୍ରଭାବ ସମ୍ପର୍କରେ ଓଜଃସ୍ଵିନୀ ବକ୍ତବ୍ୟ ରଖିଥିଲେ । ଏହି ସଂଖ୍ୟାର ଅତିଥି କବି ଭାବରେ ଝାରସୁଗୁଡ଼ା ପଥିତ ଯଶା କବି ଅଧ୍ୟାପକ ହେମନ୍ତ କୁମାର ପଟେଲ ଆଭାଷୀ ମାଧ୍ୟମରେ ଯୋଡ଼ି ହୋଇ ସ୍ବରଚିତ କବିତା ଆବୃତ୍ତି ସହ ଓଡ଼ିଆ ଭାଷା ସାହିତ୍ୟର ଜୟଗାନ କରିଥିଲେ । ଉକ୍ତ ଲୋକାର୍ପଣ ସଭାରେ ବିଭାଗର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ, ଗବେଷକ ଗବେଷିକାଙ୍କ ସମେତ 'ଶବ୍ଦଗଙ୍ଗା'ର ସମ୍ପାଦକମଣ୍ଡଳୀ ଉପସ୍ଥିତ ରହି ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ପରିଶେଷରେ ଅଧ୍ୟାପକ ଡ. ପରୀଖିତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ   20-Apr-2026
  ଜିଲ୍ଲା  
ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ   20-Apr-2026
  ଜିଲ୍ଲା  
"ସୁବର୍ଣ୍ଣପୁର ଠାରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ"- "ତିନି ଠାକୁର ଙ୍କ ନୂଆଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ" "ଦୀର୍ଘ ବର୍ଷ ପରେ ଭକ୍ତ ଦର୍ଶନ କରିବେ ନୂଆଁ ରଥ" -   20-Apr-2026
  ଜିଲ୍ଲା  
*ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବୈଠକ*-   20-Apr-2026
  ଜିଲ୍ଲା  
*କେରଣ୍ଡି ଗ୍ରାମରେ ପ୍ରତିଷ୍ଠା ହେଲା ମାଁ ଠାକୁରାଣୀଙ୍କ ଭବ୍ୟ ମନ୍ଦିର*   20-Apr-2026
  ଜିଲ୍ଲା  
ଦଶମ ସିବିଏସଇ ବୋର୍ଡ ପରୀକ୍ଷାରେ ଓଏଭି ଓ ଭିବିଷ୍ୟ ଛାତ୍ରଛାତ୍ରୀଙ୍କ ବାଜିମାତ।   20-Apr-2026
  ଜିଲ୍ଲା  
ଠିକାଦାର ଓ ପୂର୍ତ୍ତ ବିଭାଗ ବଳପୂର୍ବକ କାମଆରମ୍ଭ କରିବା ପ୍ରତିବାଦରେ କ୍ଷତିଗ୍ରସ୍ତ ଜମିମାଲିକମାନେ ବରୀ ତହସିଲକାର୍ଯ୍ୟାଳୟ ସମ୍ମୁଖରେ ଧାରଣା   20-Apr-2026
  ଜିଲ୍ଲା  
ସୁଦିପ୍ତା ମହାନ୍ତିଙ୍କ ବିୟୋଗରେ ପ୍ରବାସୀ ଓଡ଼ିଆ ମହଲରେ ଶୋକର ଛାୟା   20-Apr-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ କବି ଶ୍ରୀଜୟଦେବ ଜୟନ୍ତୀ ଉତ୍ସବ ପାଳିତ   20-Apr-2026
  ଜିଲ୍ଲା  
ବଲାଙ୍ଗିରରେ ଅକ୍ଷୟ ତୃତୀୟା, କୃଷକ ଦିବସ ଓ ଅକ୍ଷିମୁଠି ଅନୁକୂଳ ପାଳନ   20-Apr-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଥାଳଉଠା ସମ୍ପନ୍ନ   20-Apr-2026
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କା ରେ ବାଇକ ଚାଳକ ମୃତ -   20-Apr-2026

You Might Also Like