-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
14-Jun-2022
ବଲାଙ୍ଗିର /ପାଟଣାଗଡ(ପୂର୍ଣ୍ଣ ଶଶୀ ଶେଖର ରାଓ) ରାଜ୍ୟସଭା ସାଂସଦ ଭାବରେ ନିରଞ୍ଜନ ବିଶି ମନୋନୀତ ହେବା ପରେ ପାଟଣାଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଅନୁନ୍ନତ ଦାଦନପ୍ରବଣ ଅଞ୍ଚଳ, ମରୁଡ଼ିପ୍ରବଣ ଆଦିବାସୀ ଅଞ୍ଚଳ ତଥା ଗାଉଁଲି ମଫସଲ ଗାଁ ରୁ ଆସ୍ଥା ପ୍ରକଟ କରି ଜଣେ ଗରିବ ଆଦିବାସୀ ଶ୍ରେଣୀରୁ ଦେଶର ସର୍ବ ବୃହତ ଦାୟିତ୍ୱ ରାଜ୍ୟସଭାକୁ ନିରଞ୍ଜନ ବିଶିଙ୍କୁ ପଠେଇ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଞ୍ଚଳର ସମସ୍ତ ଜନସାଧାରଣ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଜି ଶ୍ରୀ ବିଶିଙ୍କ ବାସଭବନକୁ ଯାଇ ଏନ. ଏ.ସି. ଅଧ୍ୟକ୍ଷl ଶ୍ରୀମତୀ ମାନସୀ ବିଶ୍ୱାଳ ପୁଷ୍ପଗୁଚ୍ଛ
ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପାଟଣାଗଡ଼ ଏନ ଏ ସି କୁ ଏକ ଉନ୍ନତ ତଥା ଆଦର୍ଶ ଏନ. ଏ .ସି. କରିବା ପାଇଁ ଅନୁରୋଧ କରିଥିଲେ । ସେହିପରି ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ଓ ଥାନାଧିକାରୀ ଅନନ୍ତ ପଧାନ ମଧ୍ୟ ବାସଭବନକୁ ଯାଇ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।