-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
14-Jun-2022
ବେଲପଡ଼ା (ପୂର୍ଣ୍ଣ ଶଶୀ ଶେଖର ରାଓ) ରାଜ୍ୟସଭା ସାଂସଦ ହେବା ପରେ ଶ୍ରୀ ବିଶି ଆଜି ବେଳପଡା ବ୍ଲକ ଧୁମାଭଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଳିଆ ଗାଁ କୁ ପରିଦର୍ଶନ ରେ ଯାଇଥିଲେ । ଗାଁ ରେ ଜନସାଧାରଣ କୀର୍ତ୍ତନ ଦଳ ଓ ଘଣ୍ଟ ଶଙ୍ଖ ବଜେଇ ସାଂସଦ ଙ୍କୁ ସ୍ୱାଗତ କରି ସଭା ସ୍ଥଳକୁ ପାଛୋଟି ନେଇଥିଲେ । ସେଠାରେ ଗାଁ ଜନସାଧାରଣ ତରଫରୁ ଶ୍ରୀ ବିଶି ଙ୍କୁ ଫୁଲମାଳ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଭା ଶ୍ରୀ ସିପୁନ ଖମାରୀଙ୍କ ସଂଯୋଜନାରେ ଲଳିତ ମୋହନ ରାଉତ ଙ୍କ ସଭାପତିତ୍ୱରେ ଶ୍ରୀ ବିଶି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗ୍ରାମର ସାମୁହିକ ବିକାଶ ପାଇଁ ଜନସାଧାରଣ ଙ୍କ ସହଯୋଗ କାମନା କରି ନିଜ ପାଣ୍ଠିରୁ ଯଥା ସମ୍ଭବ ଅନୁଦାନ ଯୋଗାଇଦେବାକୁ ଘୋଷଣା କରିଥିଲେ । ଦୀନବନ୍ଧୁ ବୁଡେକ ଧନ୍ୟବାଦ ଅର୍ପଣ କରିଥିଲେ । ସେମିତି ଧୁମାଭଟା ଠାରେ ଧୁମାଭଟା ଗ୍ରାମ ପଞ୍ଚାୟତ ସମ୍ମୁଖରେ
ସରପଞ୍ଚ ଶ୍ରୀ ବନମାଳୀ ନାଏକ ଙ୍କ ନେତୃତ୍ୱରେ ଶ୍ରୀ ବିଶି ମହୋଦୟ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ପଞ୍ଚାୟତ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ସେଠାରେ ସମ୍ବର୍ଦ୍ଧିତ ସଭାରେ ଶିକ୍ଷାବୀତ ଝରି ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଧୁମାଭଟା ଗ୍ରାମ ପଞ୍ଚାୟତକୁ ସାମୁହିକ ବିକାଶ ତଥା ଆଦର୍ଶ ପଞ୍ଚାୟତ ଗଠନ କରିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ । ପରେ ସେଠାରୁ ସୌଜନ୍ୟ ମୂଳକ ପରିଦର୍ଶନରେ ସଇଁତଲା ବ୍ଲକ ଟିକ୍ରାପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଓଗାଁ ସପ୍ତର୍ଷି ମଠ (ଖପ୍ରାଡୁଙ୍ଗୁରି)କୁ ଯାଇଥିଲେ । ସେଠାରେ କୀର୍ତ୍ତନ, ଘଣ୍ଟ, ଶଙ୍ଖ ବଜେଇ ଶ୍ରୀ ବିଶି ଙ୍କୁ ସ୍ୱାଗତ କରି ମନ୍ଦିର ଦର୍ଶନ କରେଇଥିଲେ ଓ ସଭା ସ୍ଥଳକୁ ପାଛୋଟି ନେଇଥିଲେ । ଝରି ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଉଥିବା ସଭାରେ ଶ୍ରୀ ବିଶି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ତାଙ୍କ ବକ୍ତବ୍ୟ ରେ ବଣ, ପାହାଡ଼, ସବୁଜିମା ରେ ଭରପୁର ପବିତ୍ର ସପ୍ତର୍ଷି ପୀଠରେ ପ୍ରତ୍ୟେକ ବର୍ଷ ନୀତିକାନ୍ତି ଅନୁସାରେ ପର୍ବପର୍ବାଣୀ ଜାନୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ପୀଠକୁ ସାମୁହିକ ବିକାଶ, ମନ୍ଦିର ସୌନ୍ଦର୍ଯ୍ୟ କରଣ ତଥା ପୀଠକୁ ରାସ୍ତା,ପାନୀୟ ଜଳ, ବିଦ୍ୟୁତକରଣ କରିବା ପାଇଁ ଓଡିଶା ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ, ରାଜ୍ୟ ସରକାର ସହିତ ଆଲୋଚନା କରିବା ସହ ପୀଠ
କୁ ଇକୋ ଟୁରୀଯମ କରିବା ପାଇଁ ରାଜ୍ୟସଭା ରେ ଉପସ୍ଥାପନ କରିବି ବୋଲି କହିବା ସହ ସାଂସଦ ପାଣ୍ଠି ରୁ ଦଶ ଲକ୍ଷ ଟଙ୍କା ଘୋଷଣା କରିଥିଲେ । ସ୍ୱାଧୀନତା ର ଦୀର୍ଘ ସାତ ଦଶନ୍ଧି ପରେ ଆଜି ପ୍ରଥମ କରି ପୀଠ କୁ ରାଜ୍ୟସଭା ସାଂସଦ ପରିଦର୍ଶନ ରେ ଆସିଥିବାରୁ ପୀଠ ପରିଚାଳନା କମିଟି ଓ ଅଞ୍ଚଳ ର ଜନସାଧାରଣ ବେଶ ଖୁସି ହୋଇ ଗର୍ବ ଅନୁଭବ କରିଥିଲେ । ସଭାରେ ଧୁମାଭଟା ସରପଞ୍ଚ ଶ୍ରୀ ବନମାଳୀ ନାଏକ, ଟିକ୍ରାପଡା ସରପଞ୍ଚ ନରେନ୍ଦ୍ର କଲେତ ଓ ମଠାଧିସ ପ୍ରବଣ ଦାସ ମହାରାଜ ସହ ଅଞ୍ଚଳ ର ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ । ସିପୁନ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।