-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||     

HOME   ଜିଲ୍ଲା

ଖୁବ୍ ଶୀଘ୍ର "ଗ୍ୟାଙ୍ଗସ୍ ଅଫ୍ ପୁରୀ"

12-Jun-2022



(ଅମୃତା ନନ୍ଦ)
ଓଡିଶାର ପ୍ରିମିୟମ ଓଟିଟି ପ୍ଲାଟଫର୍ମ "କଞ୍ଚାଲଙ୍କା" ରେ ଷ୍ଟ୍ରିମିଂ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ୱେବ୍‌ ସିରିଜ୍‌  "ଗ୍ୟାଙ୍ଗ୍ସ ଅଫ୍ ପୁରୀ"! ଆସନ୍ତା ଜୁନ୍‌ ୨୪ ତାରିଖରୁ ଏହି ବ୍ୟୟ ବହୁଳ ୱେବ୍‌ ସିରିଜ୍‌କୁ ଆପଣ ବିଶ୍ଵର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ୍ଯ ଦେଖିପାରିବେ! 
''ଗ୍ୟାଙ୍ଗ୍ସ ଅଫ୍ ପୁରୀ'' : ଏହି ଶୀର୍ଷକ ହିଁ କହିଦେଉଛି କାହାଣୀଟି ପୁରୀ ସହର ଉପରେ ଆଧାରିତ ! ପୁରୀ, ଐତିହ୍ୟ ଓ ସୁନ୍ଦର ବେଳାଭୂମି ପାଇଁ ସମଗ୍ର ବିଶ୍ଵରେ ଏକ ପବିତ୍ର ସହର ଭାବେ ବେଶ୍ ପରିଚିତ ! ଅନ୍ୟପକ୍ଷରେ କିଛି ଅପରାଧିକ ଗ୍ୟାଙ୍ଗ ପୁରୀକୁ ନିଜ କବ୍ଜାରେ ରଖିବା ପାଇଁ ରକ୍ତର ହୋଲି ଖେଳୁଥାନ୍ତି, ଯେଉଁଥି ପାଇଁ ଗଡିଚାଲେ ଗୋଟିଏ ପରେ ଗୋଟିଏ ମୁଣ୍ଡ ! ଏହି ସିରିଜ୍ ରେ ଉଭୟ ପାପ-ପୁଣ୍ୟ, ନ୍ୟାୟ-ଅନ୍ୟାୟ ଓ ଧର୍ମ ଅଧର୍ମ ପରି ପରସ୍ପର ପରିପୂରକ ସତ୍ୟକୁ ପ୍ରାଞ୍ଜଳ ଭାବେ ଦେଖେଇବାକୁ ଚେଷ୍ଟା କରାଯାଇଛି ! 
କ୍ରାଇମ୍ ଓ ଆକ୍ସନ୍‌ ଭରା ଏହି ୱେବ୍ ସିରିଜ୍‌ରେ ପୁରୀର  ସାହି ଗଳିରେ ଜନ୍ମ ନେଉଥିବା  ଗ୍ୟାଙ୍ଗଷ୍ଟାର ମାନଙ୍କ ଜୀବନଯାତ୍ରାକୁ ଖୁବ୍ ନିଖୁଣ ଭାବେ ଦୃଶ୍ୟାୟନ କରାଯାଇଛି,ଯେଉଁଠି ଜମି ମାଫିଆଙ୍କ ଠାରୁ ଆରମ୍ଭ କରି ଭ୍ରଷ୍ଟ ରାଜନେତା ମାନେ ନୀରବ ହୋଇ ପଛପଟେ ଗୋଟି ଚଲଉଥିବା ଖଳନାୟକ ମାନଙ୍କ ପରି ଚରିତ୍ର, ଖୁବ୍‌ ସକ୍ରିୟ ! ହେଲେ ସଂପୁର୍ଣ୍ଣ କାହାଣୀଟିରେ କେବଳ ରକ୍ତପାତ ନୁହେଁ, ପୁରୀ ସହରର ଆଧ୍ୟାତ୍ମିକତା,  ସଂସ୍କୃତି, ପ୍ରଥା ପରଂପରା ଓ ବେଳାଭୂମି ର ନିସ୍ଥକ ଚିତ୍ର ସିରିଜ୍‌କୁ ଅଧିକ ଜୀବନ୍ତ କରି ଦେଇଛି ! 
କାହାଣୀ  ଆରମ୍ଭ ହୁଏ ଜନୈକ ବଙ୍ଗାଳୀ ହୋଟେଲ୍ ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡେ ପୁରୀ ବେଳାଭୂମିରେ ଥିବା ମତ୍ସ୍ୟଜିବୀ ମାନଙ୍କ ବସ୍ତି ଉପରେ ! ମତ୍ସ୍ୟଜିବୀ ମାନଙ୍କୁ ବିସ୍ଥାପିତ କରି ସେଠାରେ ଏକ ହୋଟେଲ୍ ନିର୍ମାଣ କରିବା ପାଇଁ ସେ ଲୋଡନ୍ତି ସ୍ଥାନୀୟ ବିଧାୟକ ରାଜା ବାହିନୀପତିଙ୍କ ସହଯୋଗ !  ହେଲେ ଏହି ଯୋଜନା କାର୍ଯ୍ୟକାରୀ ହେବାରେ ବାଧକ ହୁଏ ପୁରୀ ସହରର ଭଗବାନ ଭାବେ ପରିଚିତ ଗ୍ୟାଙ୍ଗଷ୍ଟାର ବାବୁ ଜେନା ! ବସ୍ତି ବାସିନ୍ଦାଙ୍କ ସୁରକ୍ଷା ପାଇଁ ଛିଡା ହେଇଥିବା ବାବୁ ଜେନା ବିରୁଦ୍ଧରେ ଏକତ୍ର ହୁଅନ୍ତି ଅନ୍ୟ ଗ୍ୟାଙ୍ଗ୍ ଷ୍ଟାର ମାନେ ! ବାବୁ ଜେନା ସହ ଆରମ୍ଭ ହୁଏ ଲୋକା ନନା ଆଉ ନିଲୁ ଗ୍ୟାଙ୍ଗର ଗ୍ୟାଙ୍ଗୱାର ! ପବିତ୍ର କ୍ଷେତ୍ର ପୁରୀ ପରିଣତ ହୁଏ ଏକ ରକ୍ତାକ୍ତ ଯୁଦ୍ଧକ୍ଷେତ୍ରରେ ! ଏହି ଯୁଦ୍ଧରେ କିଏ ଜିତେ କିଏ ହାରେ ଜଣା ପଡିବ "କଞ୍ଚାଲଙ୍କା" ରେ "ଗ୍ୟାଙ୍ଗସ ଅଫ ପୁରୀ" ର  ସବୁତକ ଅଧ୍ୟାୟ ଦେଖିଲା ପରେ ! 
କାହାଣୀକୁ ଆହୁରି ବାସ୍ତବବାଦୀ କରିବା ପାଇଁ ପୁରୀ ଓ ଭୁବନେଶ୍ୱର ରେ ସୁଟିଙ୍ଗ କରାଯାଇଛି ପୁରା ସିରିଜ୍ ! ଭୁମିକାରେ ଅଛନ୍ତି କ୍ରିଷ୍ଣା କର,ଅମନ୍,ଚୌଧୁରୀ ଜୟ ପ୍ରକାଶ ଦାସ୍‌,ହର ରଥ,ରବି ମିଶ୍ର,ଅଙ୍କିତା ମହାନ୍ତି,ଭକ୍ତି ପ୍ରଣବ ରଥ,ଉଦିତ୍‌ ଗୁରୁ ଏବଂ ଆହୁରି ଅନେକ୍ କଳାକାର ମାନେ ! ଚିତ୍ରୋତ୍ତଳନ କରିଛନ୍ତି ଦୀପକ୍ କୁମାର, ନିର୍ଦ୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ ଓ ଜଗଦିଶ୍ ମିଶ୍ର! କାହାଣୀ ଲେଖିଛନ୍ତି ପ୍ରଣବ ରଥ, ଅମିତ୍ ଦାସ ଓ ଜଗଦିଶ୍ ମିଶ୍ର; ସାଉଣ୍ଡ ଡିଜାଇନ୍‌ କରିଛନ୍ତି ଶକ୍ତି ସ୍ୱରୁପ ଓ ସଂପାଦନା କରିଛନ୍ତି ରଶ୍ମିରଜନ ଦାସ୍‌ ! ଟେକ୍ନୋଆର୍ଟ ପ୍ରଯୋଜିତ ଏହି ୱେବ୍ ସିରିଜ୍‌ରେ ପ୍ରଯୋଜକ ଅଛନ୍ତି ଅନୁପମ୍ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକ, କ୍ରିଏଟିଭ୍ ଦେଖିଛନ୍ତି ଭାଗ୍ୟଧର ପାଣି !
ଏହି ୱେବସିରିଜ୍‌ କୁ ନେଇ "କଞ୍ଚାଲଙ୍କା" ର ସହ ପ୍ରତିଷ୍ଠାତା ଏବଂ ଚେୟାରମ୍ୟାନ୍ ଶ୍ରୀଯୁକ୍ତ ଅକ୍ଷୟ କୁମାର ପରିଜା କୁହନ୍ତି : କ୍ରାଇମ ଓ ଆକ୍ସନ୍‌ ଉପରେ ଆଧାରିତ ଏହି ୱେବସିରିଜ୍‌ ଟି ଓଡ଼ିଆ ଦର୍ଶକ ମାନଙ୍କ ପାଇଁ କିଛି ନୁତନତ୍ୱ ଆଣିବ ବୋଲି ମୋର ଆଶା ଓ ଭରଷା ! ସେ
ଆଉ ମଧ୍ୟ କହିଛନ୍ତି : "କଞ୍ଚାଲଙ୍କା" ଦର୍ଶକ ମାନଙ୍କୁ ଦେଇଥିବା ପ୍ରତିଶୃତି, ଯଥା ଓଡିଶାର ମୂଳ କାହାଣୀ କୁ ନେଇ ଆମେ ଭେଟିଦେବୁ ଆମ ଦର୍ଶକ ମାନଙ୍କ ପାଖରେ, ଯୋଉଟା ଏବେ ଠାରୁ ଆରମ୍ଭ ହେଲା "ଗ୍ୟାଙ୍ଗସ୍ ଅଫ ପୁରୀ" ! ଆଗକୁ ଅଛି ଆହୁରି ଅନେକ କାହାଣୀ ଆମ ମାଟିର, ଆମେ ନେଇ ଆସିବୁ ଖୁବ୍ ଶୀଘ୍ର !


News Comment




Photo in News

Advertisment
Lastest News
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026

You Might Also Like