-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
10-Jun-2022
ପାଟଣାଗଡ଼ / ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଞ୍ଚାୟତ ମହୁରୁଣ୍ଡି ଗାଁର ସରକାରୀ ବିଦ୍ୟାଳୟ କୋଠରୀ ଦୀର୍ଘ ଆଠ ମାସରୁ ଅଧିକ ହେବ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି । ବିଦ୍ୟାଳୟର କାମ ଆରମ୍ଭ ମନ୍ଥର ଗତିରେ କାମ ହେଉଥିବାରୁ ବର୍ତ୍ତମାନ ସୁଦ୍ଧା ସ୍କୁଲ ଗୃହ ସମ୍ପୂର୍ଣ୍ଣ ଭାବେ ହେଇ ନଥିବାରୁ ଓ ସ୍କୁଲର ଗୋଟିଏ କୋଠରୀରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ସବୁ ଛାତ୍ରଛାତ୍ରୀ ପାଠ ପଢୁଥିବାରୁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟାଳୟ କୋଠରୀ ଅଧପନ୍ତରିଆ ହୋଇ ପଡ଼ିରହିଛି । ଏନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡ଼ିନାହିଁ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହିତ ତୁରନ୍ତ ବିଦ୍ୟାଳୟ କୋଠାରୀ ନିର୍ମାଣ କରିବା ପାଇଁ ଅଭିଭାବକ ତଥା ଗ୍ରାମବାସୀ ଦାବି କରିଛନ୍ତି ।