-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
08-Jun-2022
ବୌଦ୍ଧ,(ପ୍ରେରଣା ଖବର) : ବୌଦ୍ଧ ଜିଲାରେ ସମବାୟ ସମିତି ଗୁଡିକରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରିବାକୁ ଏକ ଜିଲାସ୍ତରୀୟ ବୈଠକ ମଙ୍ଗଳବାର ଦିନ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଅନୁଷ୍ଠିତ ହୋଇଛି । ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି, ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବହେରା, ଉପଜିଲାପାଳ ସନତ କୁମାର ନାଏକ , ଡିଏସପି (ଡିଆଇବି) ଦେବାଶିଷ ଧଳ,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ସହକାରୀ ନିବନ୍ଧକ ସମବାୟ ସମିତି ସମୁହ ମଙ୍ଗଳ ସୋରେନ,ଅତରିକ୍ତ ଜିଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର,ଏଚପିଓ ସୁଧାଂଶୂ ଭୁଷଣ ସା, ସମବାୟ ନିରୀକ୍ଷକ ଗୁରୁଚରଣ ଦାସ ପ୍ରମୁଖ ଯୋଗଦେଇଥିଲେ । ଜିଲାରେ ସମବାୟ ଗୁଡିକରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୯.୬.୨୦୨୨ ରିଖରେ ଥିବା ବେଳେ ଦିତୀୟ ପର୍ଯ୍ୟାୟ ନିର୍ବାଚନ ୨୬.୬.୨୦୨୨ରେ ଅନୁଷ୍ଠିତ ହେବ । ଉଭୟ ନିର୍ବାଚନ ଯେପରି ଶାନ୍ତିଶୃଙ୍ଖଳାରେ ହୋଇପାରିବ ସେ ନେଇ ଜିଲାପାଳ ଶ୍ରୀ ମିଶ୍ର ଗୁରୁତ୍ୱ ଦେବାସହ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୧୦ ଗୋଟି ସମବାୟ ସମିତି ଖୁଣ୍ଟବନ୍ଧ, ଆମ୍ବଝରୀ, ସରସରା, ପୁରୁଣାକଟକ , ଶଙ୍କୁଲୋଇ,କୁସଙ୍ଗ,ଆଡେଣୀଗଡ,ସିମିଳିପଦର,ଯୋଗିନ୍ଦ୍ରପୁର ଓ କଂଟାମାଳ ସେବା ସମବାୟ ସମିତିରେ ହେବାକୁ ଥିବାବେଳେ ସେଥିମଧ୍ୟରୁ ଉତ୍ତେଜନା ପ୍ରବଣ ସମିତି ଗୁଡିକରେ କଡା ସୁରକ୍ଷାରେ ନିର୍ବାଚନ କରାଯିବ ବୋଲି ସମବାୟ ସମିତି ସମୁହ ଶ୍ରୀ ସରେନ ସୁଚନା ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନର ୨୮ ଗୋଟି ସମିତିର ସମସ୍ତ କମିଟି ସଦସ୍ୟ ମାନେ ବିନା ପ୍ରତିଦ୍ୱନ୍ଦୀତାରେ ନିର୍ବାଚିତ ହୋଇଛନ୍ତି । ନିଦ୍ୱର୍ନ୍ଦରେ ନିର୍ବାଚନ ହୋଇଥିବା ୨୮ ଗୋଟି ସମିତି ପାଇ ସଭାପତି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୁଚନା ଦିଆଯାଇଥିଲା । ଦିତୀୟ ପର୍ଯ୍ୟାୟ ରେ ୪୦ ଗୋଟି ସମବାୟ ସମିତିର ନିର୍ବାଚନ ହେବାକୁ ଥିବା ବେଳେ ସେ ନେଇ କିପରି ପ୍ରସ୍ତୁତି ଚାଲିଛି ସେ ନେଇ ଜିଲାପାଳ ଶ୍ରୀ ମିଶ୍ର ସମୀକ୍ଷା କରିବା ସହ ଜିଲାରେ ନିୟମ ଅନୁଯାୟୀ ନିର୍ବାଚନ କରିବାକୁ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ପ୍ରଦାନ କରିଥିଲେ ।