-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
07-Jun-2022
ଲୋଇସିଂହା (ଅନ୍ତର୍ଯ୍ୟାମୀ ସାହୁ): ଗ୍ରାମାଞ୍ଚଳରେ ଲୋକେ ବର୍ତ୍ତମାନ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି l ଏପରି ପରିସ୍ତିତିରେ ନଳକୂପ ଖନନ ପାଇଁ ଉଦ୍ଦିଷ୍ଠ ଲୁହା ସମାଗ୍ରୀ ଓ ହେନଡେଲ୍ ପାଇପ୍ କୁ ବେଆଇନ ଭବରେ ନେଇଯାଇ ଏହାକୁ ନିଜର ବ୍ୟକ୍ତିଗତ କାମରେ ବ୍ୟବହାର କରି ଥିବା ପରି ଏକ ସଙ୍ଗୀନ ଅଭିଯୋଗ ଆସିଛି l ଏହି ଅଭିଯୋଗ ଆସିଛି ଖୋଦ୍ ପଞ୍ଚାୟତର ୱାର୍ଡ ମେମ୍ବର ଙ୍କ ବିରୁଦ୍ଧରେ l
ସୂଚନାରୁ ପ୍ରକାଶ ଯେ, ଆଜି ଲୋଇସିଂହା ବ୍ଲକ ରତାଖଣ୍ଡି ପଞ୍ଚାୟତ ରେ ୱାର୍ଡ ମେମ୍ବର ଡ଼ୋଲାମଣୀ ମେହେର୍ ଙ୍କ ଅନୈତିକ କାର୍ଯ୍ୟକଳାପ କୁ ନେଇ ଜନଅସନ୍ତୋଷ ଦେଖାଦେଇଛି l ୱାର୍ଡ଼ ମେମ୍ବରଙ୍କ ଏପରି କାରବାର ଏବେ ଏ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚl ର ବିଷୟ ହୋଇଛି l ୱାର୍ଡ଼ ମେମ୍ବର ଜଣକ ନିଜ ଟ୍ରାକ୍ଟର ର ଲଙ୍ଗଳ ର କସନl ପାଇଁ ଏହାକୁ ବ୍ୟବହାର କରୁଥିବା ବେଳେ ଗ୍ରାମବାସୀ ଙ୍କ ଦ୍ଵାରା ଧରା ପଡିଛନ୍ତି l