-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
07-Jun-2022
ବଲାଙ୍ଗିର/ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଲୋକ ଙ୍କୁୁୁ ପିଇବା ପାଣି ଯୋଗାଇ ଦେବାକୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏବଂ ଗାଁ ଗଣ୍ଡାରେ ଲକ୍ଷାଧିକ ଟଙ୍କା ର ବସୁଧା ପ୍ରକଳ୍ପ ଯୋଜନା ରେ ଓଭର ଟ୍ୟାଙ୍କ ନିର୍ମାଣ କରୁଥିବା ବେଳେ ଏଠି ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଙ୍କ ଲାଭଖୋର ନୀତି ଯୋଗୁଁ ସେସବୁ ଠିକ୍ ଭାବରେ କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳୁଛି।ଅତି ନିମ୍ନ ମାନର କାର୍ଯ୍ୟ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ହେଉଛି। ଏଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଅନ୍ତର୍ଗତ ଗମ୍ଭାରୀ ଗାଁ ରୁ । ଏହି ଗାଁ ରେ ବସୁଧା ପ୍ରକଳ୍ପ ଯୋଜନା ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ରେ ଓଭର ଟ୍ୟାଙ୍କ ନିର୍ମାଣ ହେଉଛି। କିନ୍ତୁ ସେଠାରେ ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ମିଶି ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ କରୁଥିବା ବେଳେ କାର୍ଯ୍ୟ କୁ ଗମ୍ଭାରୀ ଗାଁ ର ଯୁବ ସଂଗ୍ରାମୀ ମାନେ ବନ୍ଦ କରିଥିବା ଜଣାପଡିଛି। ନିର୍ମାଣ କାର୍ଯ୍ୟ ଠିକ ଭାବେ କରିବା ପାଇଁ ଯୁବ ସଂଗ୍ରାମୀ ମାନେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି ଏବଂ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କୁ ମଧ୍ୟ ଜଣାଇଛନ୍ତି। ଯଦିଓ ଏହା ଉପରେ ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନ ନିଆଯିବ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଗ୍ରାମବାସୀ କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି ଯେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ରେ ଜଳଯୋଗାଣ ବିଭାଗ ର କନିଷ୍ଠ ଯନ୍ତ୍ରୀ ମାନେ ଏଠାରେ ଦୀର୍ଘ ଦିନ ଧରି ରହି ଦୁର୍ନୀତି ର ଚରମସୀମା ଟପି ଗଲେଣି ହେଲେ ଏମାନଙ୍କ ଉପରେ କୌଣସି ପଦକ୍ଷେପ ନେଉନାହିଁ ଜିଲ୍ଳା ପ୍ରଶାସନ କାହିଁକି ? ଏହି ଦୁଇ ଜଣ କନିଷ୍ଠ ଯନ୍ତ୍ରୀ ଉପରେ କାହା ଆଶିର୍ବାଦ ରହିଛି ଓ କିଏ ସେମାନଙ୍କୁ ଦୁର୍ନୀତି କରିବାରେ ସାହାଯ୍ୟ କରୁଛନ୍ତି ତାହା ଅଞ୍ଚଳବାସୀ ଙ୍କ ମନରେ ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି। ଏଥିପ୍ରତି ବଲାଙ୍ଗିର ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରି ଉଚିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।