-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
07-Jun-2022
ବରଗଡ:-ବରଗଡ଼ ଜିଲ୍ଲା ଶ୍ରୀ ନୃସିଂହନାଥ ମହର୍ଷି ଦୟାନନ୍ଦ ସରସ୍ବତୀ ଗୁରୁକୁଳ ଯୋଗାଶ୍ରମ ମହାବିଦ୍ୟାଳୟ ନ୍ୟାସ ଠାରେ ଆସନ୍ତା ତା ୧୧.୦୬.୨୦୨୨ରିଖ ଶନିବାର ଏବଂ ତା୧୨.୦୬.୨୦୨୨ରିଖ ଗୁରୁବାର ଦୁଇଦିନ ଧରି ଅଭିନନ୍ଦନ ଓ ସମ୍ମାନ ସମାରୋହ ପାଳନ କରାଯିବାପାଇଁ ସ୍ଥିରୀକୃତ କରାଯାଇଛି ।ଏହି ସମାରୋହ ଆମସେନା ଗୁରୁକୁଳ ର ସ୍ୱାମୀ ଧର୍ମାନନ୍ଦ ସରସ୍ବତୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବାବେଳେ, ମୁଖ୍ୟ ଅତିଥି ଭାବେ ନବ ପ୍ରଭାତ ଗୁରୁକୁଳ ର ସ୍ୱାମୀ ମୁନିଶ୍ଚରାନନ୍ଦ ସରସ୍ଵତୀ, ଗୁରୁକୁଳ ଆମସେନା ର ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ଵତୀ, ଗୁରୁକୁଳ ନବ ପ୍ରଭାତ ଆଶ୍ରମ ର ଆଚାର୍ଯ୍ୟ ବୃହସ୍ପତି, ଗୁରୁକୁଳ ହରିପୁର ର ଆଚାର୍ଯ୍ୟ ସୁଦର୍ଶନ ଦେବ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ସାନିଧ୍ୟ ଆଚାର୍ଯ୍ୟ ଯୋଗେନ୍ଦ୍ର କୁମାର ଭାବେ କାର୍ଯ୍ୟ ତୁଲାଇବାସହ
ସମାରୋହ କୁ ସରସ ସୁନ୍ଦର କରିବା ସକାଶେ ଉପାଧ୍ୟକ୍ଷ ତଥା ପରାମର୍ଶ କର୍ତ୍ତା ଭାବରେ ଆଚାର୍ଯ୍ୟ ଗୁରୁକୁଳ ନୃସିଂହନାଥ ର ଜଗନ୍ନାଥ ଶାସ୍ତ୍ରୀ କାର୍ଯ୍ୟ ତୁଲାଇବାକୁ ସହମତି ପ୍ରଦାନ କରିଛନ୍ତି । ଏହି ଭବ୍ୟ ସମାରୋହ ରେ ସ୍ୱାମୀ ପ୍ରଣବାନନ୍ଦ ସରସ୍ଵତୀ,ପ୍ରାଚାର୍ଯ୍ୟ-ଶ୍ରୀମଦ ଦୟାନନ୍ଦ ବେଦାର୍ଷ ମହାବିଦ୍ୟାଳୟ,ନ୍ୟାସ ନୂଆଦିଲ୍ଲୀ ଙ୍କୁ ଅଭିନନ୍ଦନ ସହ ସମ୍ମାନୀତ କରାଯିବାର କାର୍ଯ୍ୟକ୍ରମ ରହିଛି ।ବ୍ୟବସ୍ଥାପକ ଭାବେ ଆଚାର୍ଯ୍ୟ ଗୁରୁକୁଳ ନୃସିଂହନାଥ ର ସୋମ୍ୟରଞ୍ଜନ ଶାସ୍ତ୍ରୀ ଙ୍କୁ ସମସ୍ତ ଦାୟିତ୍ବ ନିର୍ବାହ କରିବାପାଇଁ ଦାୟିତ୍ଵ ପ୍ରଦାନ କରାଯାଇଛି ବୋଲି ଆୟୋଜକ ମାନଙ୍କ ଠାରୁ ପ୍ରକାଶ