-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Jun-2022
ବଲାଙ୍ଗିର(ପ୍ରେରଣା ଖବର) - ଗତ ରବିବାର ସଂଧ୍ୟାରେ ବଲାଙ୍ଗିର ତେରାପନ୍ଥ ଭବନ ଠାରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୀତାରତ୍ନ ଶ୍ରୀ ଯୁଗଳ କିଶୋର ପ୍ରଧାନଙ୍କ ନୀତିବାଣୀ ମୂଳକ ପୁସ୍ତିକା "ପ୍ରଭୁ ସୃଷ୍ଟି ରହସ୍ୟ" ମୁନିଶ୍ରୀ ପ୍ରଶାନ୍ତ କୁମାରଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା। ନାଟ୍ୟ ଭୁଷଣ ଜଗଦାନନ୍ଦ ଛୁରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ, ଅନୁବାଦକ, ସ୍ତମ୍ଭକାର ଶ୍ରୀ ତୁଳସୀ ଜୈନ ଯୋଗ ଦେଇ ଉକ୍ତ ପୁସ୍ତିକା କୁ "କଳସୀ ରେ ସରସୀ" ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ଆଶୁକବି ହେମନ୍ତ ଦାଶ ଯୋଗ ଦେଇ ଆଶୁକବିତା ମାଧ୍ୟମରେ ଅତିଥିମାନଙ୍କୁ ସମ୍ବୋଧିତ କରିଥିଲେ। ପର୍ଶୁରାମ ଭୋଇ ସ୍ଵାଗତ ଭାଷଣ ଦେଇଥିବା ବେଳେ ମନ୍ଦାକିନୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଜୟକୃଷ୍ଣ ଭୋଇ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଜୈନ ତେରାପନ୍ଥ ବଲାଙ୍ଗିର ଶାଖାର ଅଧ୍ୟକ୍ଷ ଧୃବ କୁମାର ଜୈନ ଶ୍ରୀ ପ୍ରଧାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଉକ୍ତ ସମାବେଶରେ ଚନ୍ଦ୍ରଭାନ୍ ଜୈନ, ସଦାନନ୍ଦ ପ୍ରଧାନଙ୍କ ସମେତ ଶ୍ରୀ ପ୍ରଧାନଙ୍କ ସପରିବାର ଯୋଗ ଦେଇଥିଲେ। ଏଥିରେ ତେରାପନ୍ଥ ବଲାଙ୍ଗିର ଶାଖା ସଂପୂର୍ଣ୍ଣ ସହଯୋଗ କରିଥିଲେ। ମନୋଜ ଜୈନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ କରିଥିଲେ।