-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
06-Jun-2022
ବଙ୍ଗୋମୁଣ୍ଡା(ଅନିଲ କୁମାର ତ୍ରିପାଠି )
ବିଶ୍ୱ ପରିବେଶ ଦିବସ ଅବସରରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ପଣ୍ଡରିପାଣୀ ଗ୍ରୀଡ଼ ପରିସରରେ ବିଦ୍ୟୁତ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟୁତ ଗ୍ରୀଡ଼ର ମୁଖ୍ୟ ଲାଇନ ମେନ ଗଣେଶ ପୁଟେଲଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସିନ୍ଧେକେଲା ଥାନାଧିକାରୀ ଆଲୋକ ବେହେରା , ସମ୍ମାନିତ ଅତିଥି ଭାବରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ରଞ୍ଜୁଵାଲା ବେହେରା , ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ , ସମିତି ସଭ୍ୟ ଭୋଳାନାଥ ବେହେରା , ଗ୍ରୀଡ଼ ଜେଇ ଶିବ ଶଙ୍କର ଦାସ , ସମାଜସେବୀ ଅନିଲ ତ୍ରିପାଠୀ , ସାମ୍ବାଦିକ ଦିନେଶ ଜୈନ ପ୍ରମୁଖ ଯୋଗଦେଇ ଆମ୍ବ ସହ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ବିଦ୍ୟୁତ କର୍ମଚାରୀ ଗଣେଶ ପୁଟେଲ ଲମ୍ବୋଦର ପରୁଆ ସମେତ ଅନ୍ୟାନ୍ୟ କର୍ମଚାରୀ ସିଦ୍ଧାନ୍ତ ସାହୁ , ହିମାଂଶୁ ଦୀପ , ଯୋଗେନ୍ଦ୍ର ସାହୁ , ଯୁଗୀରାମ ନାଗ , ବଳଦେବ ପ୍ରଧାନ , ନବୀନ ମାଝୀ , ସୁକାନ୍ତ ମିଶ୍ର , ରାକେଶ ସାହୁ , ମନୁ ସାହୁ , ଗିରି ପୁଟେଲ , ସଂଗ୍ରାମ ସିଂଦେଓ , ନିଲାମ୍ବର ଯୁଗନିଆ, ସଂଜୀବ ସାହୁ , ଓ କଲେକ୍ସନ ସୁପରଭାଇଜର କର୍ଣ୍ଣ ରଣା ପ୍ରମୁଖ ସହଯୋଗ କରିଥିଲେ ।