-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
05-Jun-2022
ବରଗଡ: ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକ ତରଫରୁ ଆଜି ଗାଇସିଲେଟ ସମବାୟ ସମିତି ଲିଂ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ୨୦୨୧ ଖରିଫ ଫସଲ ବିମା ଏଚଡିଏଫସି କମ୍ପାନୀର ଟାଳଟୁଳ ନୀତି ଓ ପ୍ରସାଶନର ମନମୁଖୀ କାରବାର ଯୋଗୁଁ ଆଜି ପର୍ଯ୍ୟନ୍ତ ବୀମା ରାଶି ମିଳି ପାରୁନାହିଁ ଓଲଟା ରିଜେକ୍ଟ ରିଭର୍ଟ ପେଣ୍ଡିଙ୍ଗ ନାଁରେ କମ୍ପାନୀ ଭୁଆ ବୁଲେଇ ଚାଲିଛି l କ୍ରପ କଟିଂ ରିପୋର୍ଟ ଆଜି ଯାଏ ସାର୍ବଜନୀନ କରା ଯାଇ ନାହିଁ କିମ୍ବା ମରୁଡି ଅଞ୍ଚଳ ଭାବେ ଘୋଷଣା କରା ଯାଇ ନାହି I ତେଣୁ ବୀମା ଟଙ୍କା ଓ ମରୁଡି ସହାୟତା ନ ମିଳିବା ପର୍ଯ୍ୟନ୍ତ ସମବାୟ ସମିତିର ଭୋଟ ବର୍ଜନ କରାଯିବ ବୋଲି ଚାଷିମାନେ ନିଷ୍ପତି ନେଇଛନ୍ତି I ଏହି ବୈଠକରେ ସରୋଜ ସାହୁ ପୂର୍ବତନ ଡାଇରେକ୍ଟରଙ୍କ ଆହ୍ୱାନରେ ବୈଠକ ବସିଥିଲା ଏହି ବୈଠକରେ ସଭାପତି ଅରବିନ୍ଦ ପଣ୍ଡା, କୋଷାଧ୍ୟକ୍ଷ ଆନନ୍ଦ ପଧାନ, ଅଶୋକ କଲେତ,ନକୁଳ ସାହୁ, କ୍ଷୀରୋଦ୍ର ସାହୁ, ସମୀର ସାହୁ, ଯୋଗିନୀ ସାହୁ, ଯୁଧିଷ୍ଠିର ବେହେରା, ରାଜେନ୍ଦ୍ର ରଣା, କୃପାସିନ୍ଧୁ ପଣ୍ଡା, ମହେଶ୍ୱର ଦାଶ୍, ଅଗାଧୁ ସାହୁ,ରୋହିତ ସା, ଡୋଲାମଣି ସାହୁ ଅବସର ଭାରପ୍ରାପ୍ତ ଅଧିକାରୀ ଓ ଅନେକ ଚାଷୀ ଉପସ୍ଥିତ ଥିଲେ