-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
05-Jun-2022
ବୌଦ୍ଧ (ଅକୃର ସାହୁ) ବିଶ୍ୱ ପରିବେଶ ଦିବସ ଅବସରରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ, ବୃକ୍ଷରୋପଣ କାର୍ଯ୍ୟକ୍ରମ, ସ୍ଲୋଗାନ ସହ ସମସ୍ତଙ୍କୁ ସଚେତନତା ଏବଂ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ମନମୁଣ୍ଡା ସରପଂଚ ରଞ୍ଜୁ ବେହେରା, ନାଏବ ସରପଂଚ ରଂଜିତା ମହାକୁଡ଼, ସମ୍ପାଦକ, ଗ୍ଲୋବାଲ ଗ୍ରୀନ ସଂବିତ ନନ୍ଦ, ଫରେଷ୍ଟ ଗାର୍ଡ ଫାତି ମା ବିବି, ୱାର୍ଡ ନଂ 5ର ୱାର୍ଡ ମେମ୍ବର କୃଷ୍ଣ ଚନ୍ଦ୍ର ରଥ ଯୋଗ ଦେଇ ଏହି ଦିବସ ପାଳନ ର ଉଦ୍ଦେଶ୍ୟ ସମ୍ପର୍କ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ମୁଖ୍ୟ ଅତିଥି ଶ୍ରୀମତୀ ଦଳବେହେରା ମନମୁଣ୍ଡା କୁ ସ୍ୱଚ୍ଛ ଏବଂ ସବୁଜ ଗ୍ରାମ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ l ୱାର୍ଡ ମେମ୍ବର ଶ୍ରୀଯୁକ୍ତ ରଥ ସ୍ଥାନୀୟ ସରପଞ୍ଚ ଙ୍କ ସହ ସମସ୍ତ ୱାର୍ଡ ମେମ୍ବର ମିଶି ମନମୁଣ୍ଡା ପରିବେଶ କୁ ସ୍ୱଚ୍ଛ ରଖିବା ପାଇଁ ଶପଥ
ନେଇଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ସଂଯୋଜକ, ଜ଼ିଲ୍ଲା ୱାଟର ସାନିଟା ରି ମିଶନ ଆର୍ତ୍ତତ୍ରାଣ ପାଢ଼ୀ ପରିଚାଳନା କରିଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ ମାଷ୍ଟର ଟ୍ରେନର ଡି. ଡବ୍ଲୁ. ଏସ. ଏମ. ରଞ୍ଜନ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ୱାର୍ଡ଼ ମେମ୍ବର, ସ୍ୱୟଂସହାୟକ ଗୋଷ୍ଟୀ ର ସଦସ୍ୟା, ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ l