-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
05-Jun-2022
ବଲାଙ୍ଗିର // ଆଜି ସକାଳ ୯ଟା ସମୟରେ ବଲାଙ୍ଗୀର ୟୁଥ୍ ଏକ୍ସନ କମିଟି ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ଵ ପରିବେଶ ଦିବସ ପାଳନ ଓ ଲୋକମାନଙ୍କୁ ବୃକ୍ଷ (ଚାରା) ବଣ୍ଟନ ଏବଂ ସଚେତନତା ବାର୍ତ୍ତା ଦିଆଯାଇଥିଲା ।ଆଜି ବିଶ୍ୱ ପରିବେଶ ଦିବସ ବଲାଙ୍ଗୀର ରେ ବଢୁଥିବା ଉତ୍ତାପ କୁ ନଜରରେ ରଖି ଗଛକୁ ନ କାଟି ଆହୁରି ବୃକ୍ଷ ରୋପଣ କରିବା ପାଇଁ କୁହାଯାଇଥିଲା । ଆଜି ବଲାଙ୍ଗୀର ୟୁଥ୍
ଏକ୍ସନ କମିଟି ପକ୍ଷରୁ ବଲାଙ୍ଗୀର କଲେକ୍ଟର ଅଫିସ ସମ୍ମୁଖରେ ବିଶ୍ଵ ପରିବେଶ ଦିବସ ପାଳନ ଓ ବୃକ୍ଷ (ଚାରା) ବଣ୍ଟନ କରାଯାଇ ସଚେତନତା କରାଯାଇଛି ଓ ସମସ୍ତେ "ଗଛ ବଚାନ୍ତୁ ଜୀବନ ବଚାନ୍ତୁ" ନାରା ଦେଇ ଆହ୍ବାନ ଦିଆଯାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଅମରେଶ ତ୍ରିପାଠୀ, ସଭାପତି, ଜିଲ୍ଲା ବାର ଆସୋସିଏସନ୍, ଏକ୍ସନ କମିଟି ଆବାହକ,ଗୋପଳଜୀ ପାଣିଗ୍ରାହୀ, ଉପସଭାପତି, ମୁନା ପଟ୍ଟନାୟକ, ଯୁବ ଏକ୍ସନ କମିଟି ସଭାପତି, ବିନୋଦ
କାଲସାଏ, ସଂଯୋଜକ ରିଲୁ ରଥ, ଉପସଭାପତି,ପିଙ୍କୁ ବନଛୋର, ରବି ଖମାରୀ, ଶ୍ୟାମସୁନ୍ଦର ଗହିର, ଅପ୍ରମିତ ପରିଛା,ସୁମେସ ଡାଙ୍ଗ,ବିରେନ୍ଦ୍ର ପାଣ୍ଡେ, ଆଲୋକ ଭୋଇ,ସୁମିତ ଖୁଆସ,ସନ୍ଦିପ ବାଗ, ସାମ୍ବାଦିକ ସନ୍ଦିପ କୁଅଁର ପ୍ରମୁଖ ଯୋଗ ଦେଇଥିଲେ ।
(ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)