-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
04-Jun-2022
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅବକାରୀ ବିଭାଗ ପୃଥକ୍ ପୃଥକ୍ ସ୍ଥାନରେ ଚଢାଉ କରି ରନ୍ଧା ମହୁଲି ମଦ ସହ ମହୁଲ ଫୁଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଲରମ୍ଭା ଥାନା ଗଡିଆଜୋର ଗାଁ ମେଘ ମେହେର (୪୦) ଓ ଅଏଁଲାତୁଙ୍ଗା ଗ୍ରାମର କୃଷ୍ଣ ବରିହା (୪୩) ମେଘ ଓ କୃଷ୍ଣ ମହୁଲି ମଦ ରାନ୍ଧି ବିକ୍ରି କରି ଆସୁଥିଲେ । ଏନେଇ ଅବକାରୀ ବିଭାଗ ଅଧିକାରୀ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଉପନୀରିକ୍ଷକ ବିଶ୍ଵନାଥ ପରିଡ଼ାଙ୍କ ନେତୃତ୍ୱରେ ଏକ ଦଳ ସନ୍ଧ୍ୟା ଦୁଇ ଜଣଙ୍କ ଘରକୁ ଚଢ଼ାଉ
କରିଥିବା ବେଳେ ମେଘଙ୍କ ଘରୁ ୭ କ୍ୱିଣ୍ଟାଲ ମହୁଲ ଫୁଲ ସହ ୧୫ ଲିଟର ରନ୍ଧା ମଦ ଓ କୃଷ୍ଣଙ୍କ ଘରୁ ୨୦ ଲିଟର ରନ୍ଧା ମଦ ଜବତ କରି ଉଭୟ ଦୁଇ ଜଣଙ୍କୁ ଗିରଫ କରି ଅବକାରୀ ଉପନିରୀକ୍ଷଙ୍କୁ କାର୍ଯ୍ୟାଳୟକୁ ଅଣାଯାଇଥିବା ବେଳେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜତ୍କୁ ପଠାଇ ଦିଆଯାଇଥିବା ଅବକାରୀ ଉପନୀରିକ୍ଷକ ବିଶ୍ଵନାଥ ପରିଡ଼ାଙ୍କ ଠାରୁ ସୂଚନା ମିଳିଛି ।