-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
04-Jun-2022
ବଲାଙ୍ଗିର(ପ୍ରେରଣl ଖବର) : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ସହଯୋଗ କ୍ରମେ ବଲାଙ୍ଗିର ଜିଲ୍ଲା ରେଡକ୍ରସ ସୋସାଇଟି ତରଫରୁ ବଲାଙ୍ଗିର ସହର ସ୍ଥିତ ରାଧାରାଣୀ ପଡାର ଆର୍ଥିକ ଅନଗ୍ରସର ପରିବାରର ମହିଳାମାନଙ୍କୁ ମାସ୍କ ଓ ହାଇଜେନିକ୍ କିଟ୍ ବଣ୍ଟନ କରାଯାଇଛି । ଜିଲ୍ଲା ଜରୁରିକାଳୀନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ
ସଂପାଦିକା ରୀନା କୁମାରୀ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଯୁବ ସମାଜସେବୀ ଅସିତ୍ ଷଡ଼ଙ୍ଗୀ, ଯୁବ ରେଡ଼କ୍ରସ ଜିଲ୍ଲା ସମ୍ପାଦକ ମଦନ ମୋହନ ପଧାନ, ଅଧ୍ୟାପିକା ସୁନନ୍ଧା ରାଣୀ ମହାପାତ୍ର, ସୁଜାତା ରାଣୀ ମହାପାତ୍ର,
ରେଡ଼କ୍ରସକର୍ମି ମୀନକେତନ ଡାଙ୍ଗ, ସେଂଛୁରିଆନ ପବ୍ଲିକ ସ୍କୁଲର ଜୁନିୟର ରେଡ଼କ୍ରସ କାଉନ୍ସେଲର ଚନ୍ଦ୍ର ଶେଖର ସେଠ ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ମହିଳାମାନଙ୍କୁ ହାଇଜେନିକ୍ କିଟ୍ ଉତ୍ତମ ବ୍ୟବହାର ବିଷୟରେ ବୁଝାଇ ଦିଆଯାଇଥିଲା ।କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଡ. ଦୈତାରୀ ପୁଝାରୀ ସଂଯୋଜନା କରିଥିବା ବେଳେ ରେଡ଼କ୍ରସକର୍ମି ରାମ ନାରାୟଣ ଦାଶ ଧନ୍ୟବାଦ ଦେଇଥିଲେ ।