-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
04-Jun-2022
ବଲାଙ୍ଗିର (ପ୍ରେରଣ ଖବର) ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାରେ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି | ସଂସ୍କୃତ ଶିକ୍ଷକ ସଂକୀର୍ତ୍ତନ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ସମାରୋହରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ୟାମ ସୁନ୍ଦର ବଗର୍ତ୍ତୀ ଯୋଗଦେଇଥିଲେ | ପୂର୍ବତନ ପ୍ରଧାନ ଶିକ୍ଷକ ଯୋଗୀନ୍ଦ୍ର
ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଂକୁ ନିଜର ଲକ୍ଷ୍ୟ ଦିଗରେ କାମ କରିବା ପାଇଁ ଭଲ ପାଠ ପଢିବା ସାଙ୍ଗେସାଙ୍ଗେ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ | ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ଆନନ୍ଦ ବଡ଼ପଣ୍ଡା ଶିଶୁମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ଶକ୍ତିର ବିକାଶରେ ଏହି ବାର୍ଷିକ ଉତ୍ସବ ସାହାଯ୍ୟ କରିବ ବୋଲି ମତପ୍ରକାଶ କରିଥିଲେ l
ତର୍କ, ସଂଗୀତ, ଗଳ୍ପ ଲିଖନ,କୁଇଜ଼, ଶହେ ମିଟର ଦୌଡ ଇତ୍ୟାଦି ପ୍ରତିଯୋଗିତାରେ ରମ୍ୟରଞ୍ଜନ ଷ|ଣ୍ଢ, ସୁଶାନ୍ତ ବଗର୍ତ୍ତୀ, ଦୀପକ ପୁଟେଲ, ସାଇରାଜ ମହାପାତ୍ର, ସତ୍ୟବ୍ରତ ପଧାନ, କମଳିନୀ ରଣା, ଆଶା ନାଏକ, ପ୍ରିଅଙ୍କ| ମେର୍ଲି, ନିପାଞ୍ଜଳି ମେର୍ଲି, ରୋଶ୍ନାରାଣୀ ଗୁରୁ, ଅନିତା ପାଣ୍ଡେ, ଦୀପାଞ୍ଜଳି ସାଣ୍ଢ, ସୀମା ଜାଲ ଆଦି କୃତୀ ପ୍ରତିଯୋଗୀମାନଂକୁ ପୁରସ୍କାର ବଣ୍ଟନ ଜରାଗଲା | ଶେଷରେ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ ଜରିଥିଲେ |