-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
04-Jun-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ): ପଶ୍ଚିମ ଓଡିଶାର ଟାଣୁଆ ଆଦିବାସୀ ସଂଗଠକ ତଥା ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ମହାସଚିବ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରି ଥିବାରୁ, କଣ୍ଟାବାଞ୍ଜି ବିଜେଡ଼ି ଯୁବ କର୍ମୀ ମଧ୍ୟରେ ଖୁସିର ଲହରୀ ଦେଖା ଦେଇଛି l ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ବିଜେଡ଼ି ଦଳ ସାଙ୍ଗଠନିକ ସମ୍ପାଦକ ପୂର୍ବତନ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କୁ ଯୁବ ବିଜେଡି ନେତା ଗିରିସିଂ ମାଝି, ତୁରେକେଲା ବ୍ଲକ ବିଜେଡ଼ି ସଭାପତି ଆଶାଦୁଲ୍ଲା ଖାଁ, କଂଣ୍ଟାବାଞ୍ଜି ଯୁବ ବିଜେଡ଼ି ସଭାପତି ବିଷ୍ଣୁ ଜୁଏଡ଼, ସୁଦାମ ବେହେରା, ତୁଷୁ ରାଏ, ଗୁଡ଼ୁ ପନିକା, ଯଶୋବନ୍ତ ମାଝି, ବିଟୁ ସାଙ୍ଗା ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି.