-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
03-Jun-2022
ବୌଦ୍ଧ(ପ୍ରେରଣା ଖବର) : ଆଜି ନବୋଦୟ ବିଦ୍ୟାଳୟ ସମିତିର ଆଜାଦି କା ଅମୃତ ମହୋତ୍ସବ ଅନ୍ତର୍ଗତ ରେ "ବିଶ୍ୱ ସାଇକେଲ ଦିବସ " ପାଳନ କରାଯାଇଛି l ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଅତୁଳନୀୟ ତ୍ୟାଗ ଓ ଆଦର୍ଶକୁ
ମନେପକାଇବା ସହ ଭାରତୀୟ ମାନଙ୍କ ମଧ୍ୟରେ ଏକତା ସୃଷ୍ଟି କରିବା ଏହି ବିଶ୍ୱ ସାଇକେଲ ଦିବସ ର ମୁଖ୍ୟ ଉଦ୍ଦେଶ୍ୟ l ବୌଦ୍ଧ ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଜୋଲି ଟୋମି ଙ୍କ ଉଦ୍ୟମରେ ବିଶ୍ୱ ସାଇକେଲ ଦିବସ କାର୍ଯ୍ୟକ୍ରମ ର
ଶୁଭାରମ୍ଭ ହେବା ସହ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ଏଥିରେ ସକ୍ରିୟ ଅଂଶଗ୍ରହଣ କରି ଆଜାଦି କା ଅମୃତ ମହୋତ୍ସବର ବାର୍ତ୍ତା ପ୍ରଚାର କରିଥିଲେ ଓ ସାଇକେଲ ବ୍ୟବହାର ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ ବୋଲି ବୁଝାଇଥିଲେ l