-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
03-Jun-2022
ବୀରମହାରାଜପୁର,(ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଠାରେ ବିଶ୍ଵ ସାଇକେଲ ଦିବସ ପାଳିତ ହୋଇଯାଇଛି। ଖେଳ ମନ୍ତ୍ରାଳୟ ଭାରତ ସରକାର ଦ୍ଵାରା ନେହେରୁ ଯୁବ କେନ୍ଦ୍ର ସୋନପୁର ଓ ସତ୍ୟସେବକ ଯୁବକ ସଂଘ ଗୋବିନ୍ଦପୁର ଙ୍କ ମିଳିତ ଆନୁକୁଲ୍ୟରେ ବିଶ୍ଵ ସାଇକେଲ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସମସ୍ତ ସଭ୍ୟ
ଙ୍କ ଦ୍ଵାରା ଏକ ସାଇକେଲ ଶୋଭାଯାତ୍ରା ଯାତ୍ରା ଅନୁଷ୍ଠିତ ହୋଇ ଯାଇଥିଲା । ଏଥିରେ ନେହେରୁ ଯୁବ କେନ୍ଦ୍ରର ସ୍ଵେଚ୍ଛାସେବୀ ସୁଦର୍ଶନ ଭରାସାଗର ଓ ମନୋରଞ୍ଜନ ଜଗଦଲା ଙ୍କ ନେତୃତ୍ବରେ ସାଇକେଲ ଶୋଭାଯାତ୍ରା ବାହାରି ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ। ଏହାକୁ ସୁବଳୟା ଆଞ୍ଚଳିକ ଡିଗ୍ରୀ କଲେଜ ର କିରାଣୀ ଶୁଭାରମ୍ଭ କରିବା ସହ ଶେଷରେ ହୃଷୀକେଶ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।