-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
03-Jun-2022
ବଲାଙ୍ଗିର (ପ୍ରେରଣା ଖବର ବ୍ୟୁରୋ) : ଖରା ବର୍ଷା ଶୀତ ଯାହା ବି ହେଉ ଘୋଷାରି ,ଘୋଷାରି ନିୟମିତ ପହଁଚି ଯାନ୍ତି ପାଠପଢି କରିବା ପାଇଁ ।
ବଲାଙ୍ଗୀର ଜିଲ୍ଲା ପାଟଣାଗଡ ର କେନ୍ଦୁମୁଣ୍ଡି ପଂଚାୟତର ତୁଳସୀ ଡୁଙ୍ଗୁରି ଗାଁ ର ଛୁଟା ନାଗ ପିତା ଟିକେଚନ ନାଗ କାମରେ ଦିନ ମଜୁରୀ ଛୁଟା ନାଗ (୬) ଛଟୁ ଜନ୍ମ ରୁ ବିକୁଳାଙ୍ଗ ଦୁଇ ଗୋଡ଼ ଅଚଳ ହୋଇଯାଇଛି । ଛଟୁ ର ଦୃଢ଼ ମନୋବଳ ରେ ସବୁ ହାର ମାନିଛି । ଘୋଷାରି ,ଘୋଷାରି ଯାନ୍ତି ଅଧ କିମି ଦୂରରେ ଅବସ୍ଥିତ ଗାଁ ସରକାରୀ ବିଦ୍ୟାଳୟ କୁ । ସେ ସରକାରୀ ଯୋଜନା ରେ କେବଳ ବିକଳାଙ୍ଗ ଭତା ପାଉଛି ସ୍କୁଲ ଯିବା ଆସିବା ପାଇଁ ବହୁତ ଅସୁବିଧା ହେଉଥିବା ଦେଖି ବାକୁ ମିଳୁଛି ସ୍କୁଲ ଅଧ କିଲୋମିଟର ହେବ ତାପାଇଁ ସବୁ ସମୟରେ ଗୋଟିଏ ଲୋକ ଦରକାର ବର୍ଷା ମାସରେ କାଦୁଅ ରାସ୍ତା ଯିବା ଆସିବା ପାଇଁ ବହୁତ କଷ୍ଟ ପ୍ରଶାସନ ଦୃଷ୍ଟି ଦେଇ ଏକ ହୁଇଲ ଚେୟାର ସାଇକଲ ଯୋଗାଇ ଦେଲେ ଛଟୁ ଙ୍କ ସ୍କୁଲ ଯିବା ରେ ବହୁ ସହାୟକ ହୋଇପାରିବ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି ।