-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
02-Jun-2022
ପାଟଣାଗଡ଼ / ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କଂସାପଲା ଛକ ପାଖରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ବୁଧବାର ସନ୍ଧ୍ୟା ସମୟରେ ଘଟିଯାଇଛି । ସୂଚନା ଅନୁଯାୟୀ କିନ୍ଦ୍ରିଟାଲ ନିବାସୀ ନିରଞ୍ଜନ ବେହେରାଙ୍କ ପୁତ୍ର ଚନ୍ଦନ ବେହେରା (୧୮) ଏବଂ ସେହି ଗ୍ରାମର ମୁକୁନ୍ଦ ବେହେରାଙ୍କ ପୁତ୍ର ଶୁଭମ ବେହେରା (୧୭) ନିଜ ଗାଁ କିନ୍ଦ୍ରିଟାଲରୁ ଗମ୍ଭାରୀ ନିଜ ପେଶନପ୍ରୋ ବାଇକ ନଂ OD-03J-9572 ରେ ଆସିଥିଲେ । ଗମ୍ଭାରୀରେ କାମସାରି ବେଲପଡା ରାସ୍ତାରେ ଦ୍ରୁତଗତିରେ ଯାଉଥିବା ସମୟରେ କଂସାପଲା ଛକ ପାଖରେ ଭାରସାମ୍ୟ ହରାଇ ଗୋଟିଏ ଇଲେକ୍ଟ୍ରି ପୋଲରେ ପିଟି ହୋଇ ଘଟଣାସ୍ଥଳରେ ଚାଳକ ଚନ୍ଦନ ବେହେରାଙ୍କ ମୃତ୍ୟୁ ଘଟିଛି । ତାଙ୍କ ସାଥିରେ ଥିବା ଶୁଭମକୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଏମ୍ବୁଲେନ୍ସ ଯୋଗେ ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖପ୍ରାଖୋଲ ଅଗ୍ନିଶମ ଦଳ ଦୁର୍ଘଟଣାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିକୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଛନ୍ତି । ସେପଟେ ଖପ୍ରାଖୋଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।