-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
01-Jun-2022
ପାଟଣାଗଡ଼ / ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍ କନ୍ଦରାଭଟା ଠାରେ ଖପ୍ରାଖୋଲ ବ୍ଲକ ଗୋଣ୍ଡୱାନା ଛାତ୍ର ସଂଗଠନ ସଭାପତି ତନ୍ତ୍ର ଧନୁଆଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଫରେଞ୍ଜର କ୍ଷୀରଧର ମାଝୀ ଅତିଥି, ଶିକ୍ଷାବିତ କ୍ଷମାସାଗର ମାଝୀ, ସତ୍ୟାନନ୍ଦ ଭୋଇ, ବିପ୍ର ବିଶି, ଶଶିକାନ୍ତ ବିଶି, ଟିକେଶ୍ବର ଧରିଆ, ପୂର୍ଣ୍ଣଚନ୍ଦ୍ର ଭୋଇ ଓ ଗୁପ୍ତେଶ୍ଵର କୁଆଁର ସମ୍ମାନିତ ଅତିଥି ଏବଂ ଧରମ ସିଂ ଧନୁଆ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଏହି ବୈଠକରେ ଆଗାମୀ ଦିନରେ ଗୋଣ୍ଡୱାନା ସଂସ୍କୃତି, ପରମ୍ପରା ଶିକ୍ଷା, ରୋଜଗାର କୃଷି ଆଦି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା ଏବଂ ସମସ୍ତେ ନିଜନିଜ ମତାମତ ପ୍ରଦାନ କରିଥିଲେ । ଜୁନ୍ ୨୪ରେ ରାଣୀ ଦୁର୍ଗାବତୀ ବଳିଦାନ ଦିବସକୁ ତେଲେନପାଲି ଠାରେ ପାଳନ କରିବା ପାଇଁ ସମସ୍ତେ ନିଷ୍ପତ୍ତି ନିଆଯାଇଛି । ଚାଉଳବାଞ୍ଜି , ପୁଟକେଲଚୁଆ ଓ ତେଲନପାଲି ଠାରେ ବୁଢ଼ାଦେଓ ଲାଇବ୍ରେରି ଖୋଲିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ଜିଏସ୍ୟୁ ପ୍ରଚାର ସଚିବ ଶଶିକାନ୍ତ ଧନୁଆ, ସଭ୍ୟ କ୍ଷୀରଧର ମାଝୀ , ସୁବାସ ଧରୁଆ, ଲବ ଧରୁଆ, ନିରୁପମା କୁଅଁର ଓ ଈଶ୍ବର ହୁଏ ପ୍ରମୁଖ ଉପସ୍ଥିତ ଥିଲେ । ଗୋଲାପ ବିଶି ସଭା ପରିଚାଳନା କରିଥିଲେ ଓ ଟିକେଶ୍ବର ଧରୁଆ ଧନ୍ୟବାଦ ଦେଇଥିଲେ ।