-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
24-May-2022
ବଲାଙ୍ଗିର (ଅନ୍ତର୍ଯ୍ୟାମୀ ସାହୁ) ବଲାଙ୍ଗିର ସହର ବ୍ରାହ୍ମଣ ପଡ଼ା ଅଞ୍ଚଳରେ ବସବାସ କରୁଥିବା ଜଣେ ବ୍ୟକ୍ତି କିଛିଦିନ ହେବ ରୋଗାକ୍ରାନ୍ତ ହୋଇ ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେବାପରେ ଶେଷରେ ଆଜି ମୃତ୍ୟୁବରଣ କରିଥିଲେ। ଶବ ସତ୍କାର ପାଇଁ ତାଙ୍କର ଭାଇ
ଜଣେ ନିଜକୁ ଅସହାୟ ମନେକରୁଥିବା ବେଳେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ଖବର ପାଇ ତାଙ୍କ ପାଖରେ ପହଞ୍ଚିଥିଲା ଏବଂ ତାଙ୍କୁ ସାନ୍ତ୍ୱନା ଦେବା ସହିତ ସସମ୍ମାନେ ଶବଟିକୁ ବିଭୁତି ପଡା ସ୍ମଶାନକୁ ନେଇ ସେଠାରେ ଶବ ସତ୍କାର କରିଥିଲା। ଏହି କାର୍ଯ୍ୟଟିକୁ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଟୁଲୁ ସାହୁ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ସୁମିତ ମିଶ୍ର, ରବୀନ୍ଦ୍ର ପ୍ରଧାନ, ସଞ୍ଜୟ ରାଉତ ଓ ଲିଙ୍କନ ସେଠ ସମ୍ପାଦନ କରିଥିଲେ।