-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
24-May-2022
ନାକଟିଦେଉଳ(କନ୍ଦର୍ପ ବେହେରା) : ନାକଟିଦେଉଳ ବ୍ଲକ୍ ରେ ଗତକାଲି ରାତିରେ କାଳବୈଶାଖିରେ ଗାଁ ମାନଙ୍କରେ ବ୍ୟାପକ କ୍ଷୟକ୍ଷତି ହୋଉଥିବା ଜଣାପଡ଼ିଛି ା
ପ୍ରକାଶଯେ ,ଗତକାଲି ରାତି ୮ ଟାରେ ନାକଟିଦେଉଳ ବ୍ଲକ୍ ର ନାକଟିଦେଉଳ ,ଗୋଧିଢ଼ିପ,ସରାପାଲି,କତରାପାଲି ,ବାଟଗାଁ ,ସାହେବୀ,ହିତସରା,ବଳମ୍,
କିସିଣ୍ତା ,ଗିରିଶ୍ଚନ୍ଦ୍ରପୁର ,ଉପରମୁଣ୍ଡା ଆଦି ଗାଁ ମାନଙ୍କରେ କାଳବୈଶାଖି ଯୋଗୁଁ ଛପର ଉଡ଼ିଯିବା ସହ ବ୍ୟାପକ କ୍ଷତି ହୋଇଥିବା ସୂଚନା ମିଳିଛି ା ସରାପାଲି ସରପଂଚ
,ନାକଟିଦେଉଳ ସରପଂଚ କ୍ଷତିଗ୍ରସ୍ତ ପରିବାରକୁ ସାକ୍ଷାତକରି ସରକାରଙ୍କ ତରଫରୁ କ୍ଷତିପୁରଣ ଯୋଗାଇଦିଆଯିବ ବୋଲି ପ୍ରକାଶ କରିଛନ୍ତି ା ପବନର ବେଗ ଏତେ ପ୍ରଖର ଥିଲା ଯେ, ଘରର ଆଜବେଷ୍ଟସ୍ ଉଡ଼ାଇନେଇଛି ା ବିଦ୍ୟୁତ୍ ସରୋବରାହ ଗତକାଲି ଠାରୁ ବନ୍ଦ ରହିଥିଲା ା ଯୁଦ୍ଧକାଳୀନ ଭିତିରେ ବିଦ୍ୟୁତ୍ ବିଭାଗ, ଦମକଳବାହିନୀ ଗଛ ସବୁ କାଟିବା ପରେ ବିଦ୍ୟୁତ୍ ସରୋବରାହ ସ୍ବାଭାବିକ୍ ହୋଇଥିଲା ା