-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
22-May-2022
ବଲାଙ୍ଗିର ୨୨ ମଇ : ଆଜି ସକାଳେ ଜେଲର ପଛରେ ଥିବା ଡ୍ରେନ୍ ଭିତରେ ଗୋଟିଏ ଗାଇ ପଡି ଯାଇଥିବା ବେଳେ ସେ ଆଉ ବାହାରି ପାରିଲା ନାହିଁ ଶେଷରେ ଅଗ୍ନିସମ ବିଭାଗ ସହାୟତାରେ ତାକୁ ବାହାର କରାଯାଇ ଗାଈ ର ଜୀବନ ରକ୍ଷା କରାଯାଇ ପାରିଛି। ଆଗରୁ ବହୁ ବାର ହସ୍ପିଟାଲ୍ ରୁ ନିର୍ଗତ ହେଉଥିବା ଜଳ ପାଇଁ ନିର୍ଗତ ହେଉଥିବା ଏହି ଡ୍ରେନ୍ କୁ ଉପରେ ଢାଙ୍କୁଣି ଲଗାଯିବା କୁ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି କୁ ଅଣାଯାଇଥିବା ବେଳେ ଏହି ଢାଙ୍କୁଣି ଏପର୍ଯ୍ୟନ୍ତ କାମ ହୋଇ ପାରିନାହିଁ ବୋଲି ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡିଶା ପଶ୍ଚିମ ର ସାଧାରଣ ସମ୍ପାଦକ ମାଣିକ ଲାଲ ବର୍ମା କରିଥିବା ବେଳେ ପୂର୍ବରୁ ମଧ୍ଯ ଅନେକ୍ ଦୂର୍ଘଟଣା ଘଟି ସାରିଛି ବୋଲି ପ୍ରକାଶ କରିଛନ୍ତି । ଏଦିଗରେ ବିଭାଗ ର ଶୁଭ ଦୃଷ୍ଟି କେବେ ପଡିବ ତାହାକୁ ଅପେକ୍ଷା କରାଯାଇଛି।